Samvadsetu News

ଆନ୍ନାଙ୍କ ଆନ୍ଦୋଳନ : ଅତୀତ ଓ ବ•ର୍ମାନ

 ଗତ ମାସ ୨୯ ତାରିଖରେ ସମାଜସେବୀ ଆନ୍ନା ହଜାରେ ତାଙ୍କର ଅନଶନ ସମାପ୍ତ କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାବିସ୍ ତାଙ୍କୁ ପଇଡ଼ ପାଣି ପିଆଇ ଏହି ଅନଶନର ପରିସମାପ୍ତି ଘଟାଇଥିଲେ  । ସରକାର ଆନ୍ନାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆନ୍ନାଙ୍କ ଦାବି ଗୁଡ଼ିକୁ ସରକାର ପ୍ରାଥମିକତା ଭି•ିରେ ବିଚାର କରୁଛନ୍ତି  । ଏପଟେ ଦାବି ପୂରଣ ନ ହେଲେ ଆନ୍ନା ପୁନଶ୍ଚ ଆଗାମୀ ଅଗଷ୍ଟ ମାସରେ ଅନଶନରେ ବସିବେ ବୋଲିସରକାରଙ୍କୁ ଚେତାବନୀ ଦେଇଛନ୍ତି  ।

               ଆନ୍ନାଙ୍କ ଅନଶନ ବା ଆନ୍ଦୋଳନ ଦେଶ ପାଇଁ ନୂଆ ନୁହେଁ  । ଆଗରୁ ମଧ୍ୟ ୨୦୧୧ ମସିହାରେ ଆନ୍ନା ଦିଲ୍ଲୀଠାରେ ଏପରି ଅନଶନ କରିଥିଲେ; ଯେଉଁ ଅନଶନ ସମଗ୍ର ଭାରତବର୍ଷରେ ହଇଚଇ ସୃଷ୍ଟି କରିଥିଲା  ।ପ୍ରତ୍ୟେକ ଭାରତୀୟଙ୍କ ମନରେ ଆନ୍ନାଙ୍କ ପ୍ରତି ଏକ ସ୍ୱତନ୍ତ୍ର ବିଶ୍ୱାସ ଏବଂ ଭରସା ସୃଷ୍ଟି ହୋଇଥିଲା  । ଯେଉଁ ସମୟରେ ଦେଶରେ ଦୁର୍ନୀତି ଶୀର୍ଷ ସ୍ଥାନରେ ପହ•ିଥିଲା, ଦେଶରେ ଶାସନ ବ୍ୟବସ୍ଥା ଅଛି ବୋଲି ଦେଶବାସୀ ଅନୁଭବ କରିାରୁ ନଥିଲେ ସେ ସମୟରେ ଆନ୍ନାଙ୍କ ପ୍ରତି ଦେଶବାସୀଙ୍କ ମନରେ ଆସ୍ଥା ସୃଷ୍ଟି ହେବା ସ୍ୱାଭାବିକ କଥା  । କିନ୍ତୁ ସମ୍ପ୍ରତି ଶେଷ ହୋଇଥିବା ଆନ୍ନାଙ୍କ ଆନ୍ଦୋଳନ ସେତେଟା ପ୍ରଭାବଶାଳୀ ସାବ୍ୟସ୍ତ ହେଲା ନାହିଁ  । ନା ଏହାକୁ ଗଣମାଧ୍ୟମ ଏତେଟା ପ୍ରାଥମିକତା ଦେଲା ନା ଦେଶବାସୀ ଏହା ପ୍ରତି ଆଗ୍ରହ ଦେଖାଇଲେ  । ଏପରି ପରିସ୍ଥିତିରେ ଆନ୍ନାଙ୍କ ଅତୀତର ଆନ୍ଦୋଳନ ଏବଂ ବ•ର୍ମାନର ଆନ୍ଦୋଳନ ଏକ ତୁଳନାତ୍ମକ ସମୀକ୍ଷା ଆବଶ୍ୟକ କରେ  ।
              ପ୍ରଥମେ ଦେଖାଯାଉ ୨୦୧୧ରେ ହୋଇଥିବା ଆନ୍ନାଙ୍କ ଆନ୍ଦୋଳନ ଏତେ ପ୍ରଭାବଶାଳୀ କାହିଁକି ଥିଲା ? ସେ ସମୟରେ ଆନ୍ନାଙ୍କ ସାଙ୍ଗରେ କୁମାର ବିଶ୍ୱାସ, ଅରବିନ୍ଦ କେଜରିୱାଲ, କିରଣବେଦୀ ଏବଂ ବି.କେ.ସିଂହଙ୍କ ଭଳି ସାମାଜିକ କାର୍ଯ୍ୟକ•ର୍ା ଥିଲେ  । (ଏବେ ସମସ୍ତେ ରାଜନେତା)  । ଦେଶରେ ଦୁର୍ନୀତି, ଅରାଜକତା ଏବଂ ଭ୍ରଷ୍ଟାଚାର ବଢ଼ି ଚାଲିଥିଲା  । ପ୍ରଧାନମନ୍ତ୍ରୀ ନାମକୁ ମାତ୍ର ଥିଲେ  । ଦେଶବାସୀ ଏହି ଆନ୍ଦୋଳନକୁ ଏକ ଅଣରାଜନୈତିକ ଆନ୍ଦୋଳନ ହିସାବରେ ଦେଖୁଥିଲେ  । ଗଣମାଧ୍ୟମ ଏହାକୁ ପ୍ରାଥମିକତା ଦେଇଥିଲା  । କଂଗ୍ରେସ ବିରୁଦ୍ଧରେ ଜନମତ ଥିଲା  । ଦେଶବାସୀ ଉପଯୁକ୍ତ ନେତୃତ୍ୱର ଅଭାବରୁ ଏକତ୍ର ହୋଇପାରୁ ନଥିଲେ ; ଯାହା ଆନ୍ନାଙ୍କ ଦ୍ୱାରା ସମ୍ଭବ ହେଲା  । ଏସବୁ କାରଣ ଗୁଡ଼ିକୁ ଆନ୍ନାଙ୍କ ପ୍ରଥମ ଆନ୍ଦୋଳନର ସଫଳତାର କାରଣ ବୋଲି କୁହାଯାଇପାରେ  ।
               ବ•ର୍ମାନ ପ୍ରଶ୍ନ ଉଠେ ୨୦୧୧ ମସିହାରେ ଯେଉଁ ଆନ୍ନାଙ୍କୁ ଦେଶବାସୀ ଆକୁଣ୍ଠ ସମର୍ଥନ ପ୍ରଦାନ କରିଥିଲେ ସେହି ସମର୍ଥନ ସଦ୍ୟ ସମାପ୍ତ ହୋଇଥିବା ଆନ୍ନାଙ୍କ ଆନ୍ଦୋଳନରେ କାହିଁକି ଦେଖିବାକୁ ମିଳିଲା ନାହିଁ  । ଅର୍ଥାତ୍ ଗତ ୭ବର୍ଷ ମଧ୍ୟରେ ଏମିତି କି ଘଟଣା ଘଟିଲା ଯାହା ଆନ୍ନାଙ୍କ ଆନ୍ଦୋଳନକୁ ପ୍ରଭାବଶୂନ୍ୟ କରିଦେଲା  । ସର୍ବପ୍ରଥମେ ଆରମ୍ଭରୁ ଆନ୍ନାଙ୍କ ଆନ୍ଦୋଳନକୁ ଦେଶବାସୀ ସନ୍ଦେହ ନଜରରେ ଦେଖିଥିଲେ  । ଅର୍ଥାତ୍ ଏହା ଦେଶର ସ୍ୱାର୍ଥ ପାଇଁ ନୁହେଁ ବରଂ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନଙ୍କର ରାଜନୈତିକ ସ୍ୱାର୍ଥକୁ ହାସଲ କରିବା ପାଇଁ ଏକ ଗଳାବାଟ; ଯେଉଁ ବାଟ ଦେଇ କେଜ୍ରିୱାଲ, ବି.କେ.ସିଂ ଏବଂ କିରଣ ବେଦୀ ଯଥାକ୍ରମେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ରାଜ୍ୟପାଳ ହୋଇ ପାରିଛନ୍ତି  । ଦେଶବାସୀ ମୋଦୀ ସରକାରଙ୍କ ପ୍ରତି ଆସ୍ଥା ପ୍ରକଟ କରିଥିବାରୁ ଆନ୍ନାଙ୍କୁ ସମର୍ଥନ କରି ଏକ ଲୋକପ୍ରିୟ ସରକାରକୁ ଅସୁବିଧାରେ ପକାଇବାକୁ ଚାହୁଁ ନାହାନ୍ତି  । କାରଣ ଏପର୍ଯ୍ୟନ୍ତ ମୋଦୀ ସରକାରଙ୍କ ବିରୁଦ୍ଧରେ ଗୋଟିଏ ମଧ୍ୟ ଦୁର୍ନୀତି ଅଭିଯୋଗ ଆସିନାହିଁ  । ଦେଶର ଅର୍ଥନୀତିକୁ ଦୀର୍ଘମିଆଦି ଭି•ିରେ ବିକଶିତ କରିବାକୁ ଜି.ଏସ.ଟି ଏବଂ ବିମୁଦ୍ରିକରଣ ଭଳି ନିଷ୍ପ•ି ନେଇ ମୋଦୀ ସଫଳ ହୋଇଛନ୍ତି  । ପାକିସ୍ଥାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଡ଼ୋକଲାମରୁ ଚୀନ ତା’ର ସୈନ୍ୟ ପ୍ରତ୍ୟାହାର କରିବା ଘଟଣାରେ ମୋଦୀ କେବଳ ଭାରତର ଦକ୍ଷତାକୁ ପ୍ରମାଣିତ କରି ନାହାନ୍ତି, ବରଂ ଅନ୍ତର୍ଜାତୀୟ ସ୍ତରରେ କୌଣସି ଶକ୍ତିକୁ ଭାରତ ପ୍ରତିହତ କରି ।ରେ ଏପରି ବିଶ୍ୱାସ ମଧ୍ୟ ଦେଶବାସୀଙ୍କ ମନରେ ସୃଷ୍ଟି କରିଛନ୍ତି  । ଏସବୁ କାରଣ ପାଇଁ ଦେଶବାସୀ ଆନ୍ନାଙ୍କ ଆନ୍ଦୋଳନକୁ ସମର୍ଥନ ନ କରି ମୋଦୀଙ୍କୁ ନୀରବ ସମର୍ଥନ ଦେବା ପାଇଁ ଉଚିତ ମନେ କରିଛନ୍ତି  ।

09/04/2018