Samvadsetu News

ଓଡ଼ିଶାରେ ବିରୋଧୀ ଦଳ କିଏ ?

 ଶୀର୍ଷକଟିକୁ ଯଦି ଏକ ପ୍ରଶ୍ନ ବୋଲି ଧରାଯାଏ, ତାହା ହେଲେ ଏହାର ଉରଟି ଅତି ସହଜ  । କାରଣ ଯେହେତୁ ବର୍ମାନ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ଆସନରେ ନରସିଂହ ମିଶ୍ର ବସୁଛନ୍ତି ଏବଂ ସେ କଂଗ୍ରେସ ଦଳର ବିଧାୟକ, ତେଣୁ ଏହି ନ୍ୟାୟରେ ଓଡ଼ିଶାରେ ବିରୋଧୀ ଦଳ ନିଶ୍ଚିତ ଭାବରେ କଂଗ୍ରେସ ବୋଲି କୁହାଯିବ  ।କିନ୍ତୁ ପ୍ରକୃତରେ କଂଗ୍ରେସ ଦଳ ଓଡ଼ିଶାରେ କ୍ଷମତାରୁ ଯିବା ପରେ ବା ବିରୋଧୀ ଦଳରେ ରହିବା ପରେ ଦଳ ଯେଉଁଭଳି ଭାବରେ ବିରୋଧୀ ଦଳର ଭୂମିକା ନିର୍ବାହ କରିବା କଥା, ତାହା କରିାରି ନାହିଁ; ଯେଉଁଥିାଇଁ ବିଜେଡ଼ି ଦୀର୍ଘ ୧୭ବର୍ଷ ହେଲା ନିରଙ୍କୁଶ କ୍ଷମତା ଦଖଲ କରି ଆସୁଛି  । ଦୀର୍ଘ ୧୭ ବର୍ଷ କ୍ଷମତାରେ ରହି ସୁଦ୍ଧା ବିଜେଡ଼ି ଦୁର୍ବଳ ବିରୋଧୀ ଦଳର ଫାଇଦା ଉଠାଇ କେବଳ ଭୋଟ ରାଜନୀତିରେ ନିଜକୁ ସମ୍ପୃକ୍ତ ରଖି ଓଡ଼ିଶାର ବିକାଶ କଥା ଭୁଲି ଯାଇଛି ଏବଂ ବିଜେଡ଼ି ଧରିନେଇଛି ଯେ, ଯେହେତୁ ପ୍ରତି ନିର୍ବାଚନରେ ଦଳର ନିଶ୍ଚିତ ବିଜୟ ହେବା ସଙ୍ଗେ ସଙ୍ଗେ ଆସନ ସଂଖ୍ୟା ବୃଦ୍ଧି ପାଉଛି, ତେଣୁ ଏହା ଏକ ଲୋକପ୍ରିୟ ଦଳ  । କିନ୍ତୁ ଲୋକପ୍ରିୟତା ଏବଂ ବିକାଶ ମଧ୍ୟରେ ଆକାଶ ପାତାଳ ଫରକ ରହିଛି  । ଉଦାହରଣ ସ୍ୱରୂଦାନ ମାଝୀ ଘଟଣାକୁ ବିଚାର କରାଯାଉ  । ଦାନ ମାଝୀ ତା’ ସ୍ତ୍ରୀର ଶବ କାନ୍ଧରେ ବୋହିବା ପୂର୍ବରୁ ବା ତା’ ସ୍ତ୍ରୀର ମୃତ୍ୟୁ ପୂର୍ବରୁ ବିଜେଡ଼ି ସରକାରର ଲୋକପ୍ରିୟତାରେ ବିଶ୍ୱାସ କରୁଥିଲା  । କିନ୍ତୁ ଯେତେବେଳେ ତା’ର ସ୍ତ୍ରୀର ଶବ ନେବା ପାଇଁ ତାକୁ ଆମ୍ବୁଲାନ୍ସଟିଏ ମିଳିଲା ନାହିଁ ବା ତା’ ପାଖରେ ପଇସାର ଅଭାବ ହେତୁ ସେ ଭଡ଼ା ଗାଡ଼ିଟିଏ କରି ନପାରି ନିଜ ସ୍ତ୍ରୀର ଶବକୁ କାନ୍ଧରେ ଧରି ଘରକୁ ଫେରୁଥିଲା ଏବଂ ଏହି ଘଟଣାକୁ mଓଡ଼ିଶାରେ ବିରୋଧୀ ଦଳ କିଏ ? - ବିିନ ବିହାରୀ ମହାନ୍ତି - ଯେତେବେଳେ ଚାରିଆଡ଼ୁ ସମାଲୋଚନା କରାଗଲା, ସେତେବେଳେ ଦାନ ମାଝୀ ଅନୁଭବ କଲା ଯେ, ଏପରି ଏକ ବ୍ୟବସ୍ଥା ଯଦି ସରକାରଙ୍କ ତରଫରୁ ଥାଆନ୍ତା, ତାହା ହେଲେ ତାକୁ ନିଜ ସ୍ତ୍ରୀର ଶବକୁ ନିଜ କାନ୍ଧରେ ବୋହିବାକୁ ପଡ଼ିନଥାଆନ୍ତା  । ତେଣୁ ଏପରି ଏକ ବ୍ୟବସ୍ଥା ରହିବା ଉଚିତ  । ଏକଥା ଏଠାରେ ପ୍ରମାଣିତ ଯେ, ୧୧୭ ସିଟ୍ ଜିତି ଏକ ଲୋକପ୍ରିୟ ପ୍ରଶାସନର ମାନ୍ୟତା ପାଇଥିବା ନବୀନ ବାବୁ ଡାକ୍ତରଖାନାରେ ଏପରି ଏକ ମୌଳିକ ଭି ଭୂମିର ବିକାଶ ନ ହୋଇଥିବାରୁ ସମଗ୍ର ବିଶ୍ୱରେ ସମାଲୋଚିତ ହେଲେ  । ଆଉ ଗୋଟିଏ ଉଦାହରଣ ହେଲା ଯାଜପୁର ଜିଲ୍ଲାର ନଗଡ଼ା ଅଳ  । ଯେଉଁ ଅଳ ଶିଶୁ ଅପପୁଷ୍ଟି ପାଇଁ ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିଥିଲା ଏବଂ ପରେ ପରେ ଜଣା ପଡ଼ିଲା ଯେ ଏହି ଅଳରେ କେବଳ  ଶିଶୁ ଅପପୁଷ୍ଟି ଏକ ସମସ୍ୟା ନୁହେଁ, ବରଂ ଏହା ସହିତ ଏହି ଅଳ ଗମନାଗମନ, ପାନୀୟ ଜଳ ଏବଂ ବିଜୁଳି ସମସ୍ୟା ଭଳି ବିଭିନ୍ନ ମୌଳିକ ସମସ୍ୟା ସହିତ ଜର୍ଜରିତ  । ଯଦିଓ ନଗଡ଼ାବାସୀ ଏହି ସମସ୍ୟାକୁ ଆଳ କରି ନବୀନ ବାବୁଙ୍କୁ ଭୋଟ ନ ଦିଅନ୍ତି ବା ବିରୋଧୀ ଦଳକୁ ଭୋଟ ଦିଅନ୍ତି ଏବଂ ଏହା ସେ ଏହି ନିର୍ବାଚନମଣ୍ଡଳୀରେ ବିଜେଡ଼ି ବିଜୟୀ ହୁଏ  । ତା’ହେଲେ ବିଜେଡ଼ି ନେତାଙ୍କ ଭାଷାରେ ଏହି ଅଳରେ ବିକାଶ ହୋଇଛି ବୋଲି ଧରି ନିଆଯିବ  । କାରଣ ବିଜେଡ଼ିର ନେତାମାନେ ଧରି ନେଇଛନ୍ତି ଯେ, ନିର୍ବାଚନରେ ବିଜୟୀ ହେବା ହେଉଛି ଲୋକପ୍ରିୟତା ଏବଂ ଲୋକପ୍ରିୟତା ହେଉଛି ବିକାଶର ସଂଜ୍ଞା  । ତେଣୁ ଏକଥା ଏଠାରେ ପ୍ରମାଣିତ ଯେ, ସରକାରଙ୍କୁ ଭୋଟ ମାଧ୍ୟମରେ ବିରୋଧ କରିବାକୁ ଭାରତୀୟ ସମ୍ବିଧାନ ନଗଡ଼ାବାସୀଙ୍କୁ ସମସ୍ତ ଅଧିକାର ଦେଇଥିଲେ ସୁଦ୍ଧା ଏହି ଅଧିକାର ତାଙ୍କର ସମସ୍ୟା ସମାଧାନ କରିାରୁ ନାହିଁ  । ତେଣୁ ଏହିରି ସମସ୍ୟାର ସମାଧାନ ପାଇଁ ବିରୋଧୀ ଦଳର ଆବଶ୍ୟକତା ଥାଏ  । ସେଇଥିାଇଁ ବିରୋଧୀ ଦଳର ନେତାଙ୍କୁ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀର ମାନ୍ୟତା ଦିଆଯାଇଥାଏ  ।

ବିରୋଧୀ ଦଳ ନଗଡ଼ା ଭଳି ଘଟଣାକୁ ପ୍ରସଙ୍ଗ କରି ୨୩ ଙମଗ୍ଧକ୍ଟଭରକ୍ସ -୨୦୧୭  ଠକ୍ଟକ୍ଷ-୫୪ ଘକ୍ଟ-୧୧୭ ପ୍ରତ୍ୟେକ ଦିନ ବିଜେପି ନେତାମାନେ ସାମାଜିକ ଗଣମାଧ୍ୟମ ହେଉ ବା ଛାପାଗଣମାଧ୍ୟମ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମ, ପ୍ରତ୍ୟେକରେ ନିଜର ସରକାର ବିରୋଧୀ ଆଭିମୁଖ୍ୟକୁ ଜୋରଦାର କରୁଛନ୍ତି  । ଲୋକମାନଙ୍କରସମସ୍ୟାକୁ ନେଇ ସରକାରଙ୍କୁ ସମାଲୋଚନା କରୁଛନ୍ତି; ଯାହା ବିରୋଧୀ ଦଳ ହିସାବରେ କଂଗ୍ରେସ ସୃଷ୍ଟି କରିଥିବାଶୂନ୍ୟସ୍ଥାନକୁ ବହୁ ମାତ୍ରାରେ ପୂରଣ କରୁଛି  । ଏହା ଗଣତନ୍ତ୍ର ପାଇଁ ଏକ ଶୁଭ ସୂଚନା ବୋଲି କୁହାଯାଇପାରେ  । ଆଜି ଓଡ଼ିଶା ରାଜନୀତିରେ ବିଜେପି-ବିଜେଡ଼ି ସରକାରକୁ ଘେରିବାକୁ ଜୋରଦାର ପ୍ରୟାସ କରୁଥିବା ବେଳେ, ସେପଟେ କଂଗ୍ରେସ ନେତାମାନେ ନିଜ ଦଳର ସଭାପତିକୁ ହଟେଇବା ପାଇଁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି  । ଏହି ପରିପ୍ରେକ୍ଷୀରେ ଯଦି ଓଡ଼ିଶାର ସଚେତନ ନାଗରିକଙ୍କୁ ପ୍ରଶ୍ନ କରାଯାଏ ଯେ ଓଡ଼ିଶାରେ ବିରୋଧ ଦଳ କିଏ ବୋଲି ତାହା ହେଲେ ଉର ଆସିବ ବିଜେପି  । ସରକାରଙ୍କୁ ଘେରିଥାଏ ଏବଂ ଏପରି ସମସ୍ୟା ଉତ୍ଥାପନ କରିବା ଫଳରେ ଦଳ ତୃଣମୂଳ ସ୍ତରରେ ଜନସାଧାରଣଙ୍କର ଆସ୍ଥା ଭାଜନ ହୋଇଥାଏ ଓ ଆଗାମୀ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରିଥାଏ  । କିନ୍ତୁ ଓଡ଼ିଶାରେ ବିରୋଧୀ ଦଳ ଆସନରେ ଥିବା କଂଗ୍ରେସ ଏଭଳି ପ୍ରସଙ୍ଗକୁ ମଜବୁତ ପ୍ରସଙ୍ଗ କରିନପାରି କେବଳ ବିରୋଧ କରିବାକୁ ବିରୋଧ କରିଥାଏ  ।

23/10/2017