Samvadsetu News

ଗଣଭୋଟ୍ ୨୦୨୦-ଏକ ପାକିସ୍ଥାନୀ ଷଡ଼ଯନ୍ତ୍ର

 ଏଇ କିଛି ଦିନ ହେଲା ଲଣ୍ଡନରେ ରହୁଥିବା ଖଲିସ୍ଥାନୀ ସମର୍ଥକମାନେ ୨୦୨୦ରେ ଗଣଭୋଟ୍ ମାଧ୍ୟମରେ ସ୍ୱାଧୀନ ଖଲିସ୍ଥାନ ଗଠନ କରିବେ ବୋଲି ଜୋରରେ ପ୍ରଚାର କରୁଛନ୍ତି  । ଏହି ଖଲିସ୍ଥାନୀ ସମର୍ଥକମାନଙ୍କର ସ୍ୱରକୁ ଶାଣିତ କରିବା ପାଇଁ

ପାକିସ୍ଥାନ ଗଣମାଧ୍ୟମ ମଧ୍ୟ ପୂରା ସମର୍ଥନ ପ୍ରଦାନ କରୁଛି । ଏହି ପ୍ରସଙ୍ଗ ସହିତ ଜଡ଼ିତ ଛୋଟ ଛୋଟ ଘଟଣାକୁ ବଡ଼ ବଡ଼ ପ୍ରସଙ୍ଗରେ ରୂାନ୍ତରିତ କରୁଛି  । କିନ୍ତୁ ଭାରତରେ ଏହାକୁ ଜୋରଦାର ବିରୋଧ କରାଯାଇଛି  । ଭାରତରେ ଥିବା ବ୍ରିଟିଶ ହାଇ କମିଶନରଙ୍କ କାର୍ଯ୍ୟାଳୟ ସାମ୍ନାରେ ଭାରତୀୟମାନେ ଏହାର ନିନ୍ଦା କରିବା ସହିତ ବ୍ରିଟିଶ୍ ସରକାର ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି କରିଛନ୍ତି  ।
                 ୧୯୪୭ ମସିହାରେ ଯେତେବେଳେ ଧର୍ମ ନାଁରେ ଦେଶ ବିଭାଜନ ହେଲା, ସେତେବେଳେ ଶିଖ୍ମାନେ ଅନୁଭବ କଲେ ଯେ, ସେମାନଙ୍କ ଧର୍ମକୁ ଉପେକ୍ଷା କରାଯାଉଛି  । କାରଣ ପାକିସ୍ଥାନ ସମ୍ପୂର୍ଣ୍ଣ ଭାବରେ ଧର୍ମ ଆଧାରରେ ହିଁ ହିନ୍ଦୁସ୍ଥାନଠାରୁ ଅଲଗା ହୋଇଥିଲା  । ତେଣୁ ଶିଖ୍ମାନେ ମଧ୍ୟ ଭାବୁଥିଲେ ଯେ ଶିଖ୍ଧର୍ମୀମାନଙ୍କୁ ବିଧର୍ମ ଆଧାରରେ ସ୍ୱତନ୍ତ୍ର ଭୂଖଣ୍ଡ ମିଳିବ  । କିନ୍ତୁ ତାହା ହୋଇ ନଥିଲା  । ପରେ ପରେ ରାଜନୈତିକ ତଥା ଅନ୍ୟାନ୍ୟ କାରଣ ପାଇଁ ସ୍ୱତନ୍ତ୍ର ଖଲିସ୍ଥାନ ଦାବି ଜୋର ଧରିଥିଲା  । ବ୍ଲୁଷ୍ଟାର ଅପରେସନ ପରେ ସ୍ୱତନ୍ତ୍ର ଖଲିସ୍ଥାନ ଆନ୍ଦୋଳନ ପ୍ରତି ସାମାନ୍ୟ ଜନସମର୍ଥନ ବୃଦ୍ଧି ପାଇଥିଲା  । କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଏହି ଆନ୍ଦୋଳନ ପ୍ରାୟ ଶିଥିଳ ହୋଇଯାଇଛି ବୋଲି କହିବାକୁ ପଡ଼ିବ  । ମଝିରେ ମଝିରେ ଭାରତ ବାହାରେ ବସବାସ କରୁଥିବା କିଛି ଖଲିସ୍ଥାନ ସମର୍ଥକ ଭାରତ ବିରୋଧୀ ସ୍ଲୋଗାନ ଦେଇ ଚର୍ଚ୍ଚାକୁ ଆସିଥାନ୍ତି  । ଗଣଭୋଟ୍ ୨୦୨୦-ଏକ ପାକିସ୍ଥାନୀ ଷଡ଼ଯନ୍ତ୍ର ଙ୍କ ବିିନ ବିହାରୀ ମହାନ୍ତି ଙ୍କ ପ୍ରଶ୍ନ ଉଠୁଛି ସ୍ୱତନ୍ତ୍ର ଖଲିସ୍ଥାନ ଆନ୍ଦୋଳନକୁ ପଞ୍ଜାବବାସୀ ସମର୍ଥନ କରୁନଥିବା ବେଳେ ବା ପଞ୍ଜାବର ରାଜନେତାମାନେ ଏହାକୁ ଖୋଲାଖୋଲି ବିରୋଧ କରୁଥିବା ବେଳେ କାହାର ପୃଷ୍ଠପୋଷକତାରେ ଏହି ଆନ୍ଦୋଳନ ଭାରତ ବାହାରେ ଚାଲିଛି ? କିଏ ଏହାକୁ ପ୍ରୋତ୍ସାହନ ଦେଉଛି ? ଏହି ପ୍ରୋତ୍ସାହନ ପଛର ଉଦ୍ଦେଶ୍ୟ କଣ ?
                   ସାଧାରଣତଃ ଭାରତର ଶତ୍ରୁ ଦେଶ କିଏ ?- ପ୍ରଶ୍ନ ଉଠିଲେ ଦୁଇଟି ଦେଶର ନାଁ ସର୍ବାଗ୍ରେ ଥାଏ  । ଗୋଟିଏ ପାକିସ୍ଥାନ ଏବଂ ଅନ୍ୟଟି ଚୀନ୍  । ଭାରତବିରୋଧୀ ପ୍ରତ୍ୟେକ କାର୍ଯ୍ୟରେ ପାକିସ୍ଥାନର ସମ୍ପୃକ୍ତି ସିଧାସଳଖ ଥାଏ  । କିନ୍ତୁ ଚୀନ୍ ସମସ୍ତ ଘଟଣାରେ ପ୍ରଚ୍ଛଦପଟରେ ଥାଏ  ।
                    ସମ୍ପ୍ରତି ଲଣ୍ଡନରେ ଚାଲିଥିବା ଖଲିସ୍ଥାନ ଆନ୍ଦୋଳନରେ ମଧ୍ୟ ପାକିସ୍ଥାନ ନିଜକୁ ଜବରଦସ୍ତ ସମ୍ପୃକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କଲାଣି  । ଆଗାମୀ ୨୦୨୦ ମସିହାରେ ପଞ୍ଜାବରେ ବେସରକାରୀ ଭାବରେ ଗଣଭୋଟ୍ କରି ସ୍ୱତନ୍ତ୍ର ଖଲିସ୍ଥାନ ଗଠନ କରିବାକୁ ଚେଷ୍ଟା କରୁଥିବା ଖଲିସ୍ଥାନ ସମର୍ଥକଙ୍କ ସହିତ ପାକିସ୍ଥାନ ଗଣମାଧ୍ୟମ ନିୟମିତ ଯୋଗାଯୋଗରେ ଅଛି  । ସେମାନଙ୍କର ପ୍ରତ୍ୟେକ ଭାରତବିରୋଧୀ କାର୍ଯ୍ୟକୁ ଅତ୍ୟନ୍ତ ଗୁରୁତର ସହିତ ଗଣମାଧ୍ୟମରେ ସ୍ଥାନ ଦେଉଛି ଏବଂ ଖଲିସ୍ଥାନ ସମର୍ଥକମାନେ ସେମାନଙ୍କର ନ୍ୟାଯ୍ୟଦାବି ପାଇଁ ପାକିସ୍ଥାନର ସାହାଯ୍ୟ ଲୋଡ଼ୁଛନ୍ତି ବୋଲି ପାକିସ୍ଥାନ ଗଣମାଧ୍ୟମ ପ୍ରଚାର କରୁଛି  । ଏଥିରୁ ସ୍ପଷ୍ଟ ହେଉଛି ଯେ ଖଲିସ୍ଥାନ ଆନ୍ଦୋଳନ ପଛରେ ପାକିସ୍ଥାନର ସ୍ୱତନ୍ତ୍ର ସମର୍ଥନ ରହିଛି  ।
                      ଯଦି ପାକିସ୍ଥାନର ସମର୍ଥନ ରହିଛି ତାହା ହେଲେ ଏହା ପଛର ଉଦ୍ଦେଶ୍ୟ କଣ ? କି ଫାଇଦା ପାଇବା ପାଇଁ ପାକିସ୍ଥାନ ଭାରତର ବିଚ୍ଛିନ୍ନତାବାଦୀ ନେତାଙ୍କୁ ପ୍ରୋତ୍ସାହନ ଦେଇ ଆସୁଛି ? ଏହାର ଆଲୋଚନା ଏଠାରେ ଗୁରୁତ୍ୱ ରଖେ  ।
ସର୍ବ ପ୍ରଥମେ ହିନ୍ଦୁସ୍ଥାନ ତୁଳନାରେ ପାକିସ୍ଥାନ ବହୁତ ଛୋଟ ଦେଶ  । ହିନ୍ଦୁସ୍ଥାନ ସହିତ ଶକ୍ତି ଭାରସାମ୍ୟ ଦୃଷ୍ଟିରୁ ପାକିସ୍ଥାନ ବହୁତ ପଛରେ  । ତେଣୁ ନିଜର ଶକ୍ତି ଭାରସାମ୍ୟକୁ ବ•ାଇ ରଖିବାକୁ ହେଲେ ପାକିସ୍ଥାନ ସାମ୍ନାରେ ଦୁଇଟି ବିକଳ୍ପ, ଗୋଟିଏ
ହେଲା ନିଜର ଶକ୍ତି ବୃଦ୍ଧି କରିବା, ଅନ୍ୟଟି ହିନ୍ଦୁସ୍ଥାନକୁ ବିଭାଜନ କରି ଦୁର୍ବଳ କରିବା  ।

03/09/2018