Samvadsetu News

ଗୁଜରାଟ ନିର୍ବାଚନ ଫଳାଫଳ : କିଛି ଉଲ୍ଲାସ, କିଛି ସନ୍ଦେଶ

 

 
ଗତ ତା ୧୮.୧୨.୨୦୧୭ ତାରିଖରେ ବହୁପ୍ରତୀକ୍ଷିତ ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି  । ଏହି ଫଳାଫଳ ଅନୁଯାୟୀ ବିଜେପି ୯୯ଟି ଆସନରେ ବିଜୟୀ ହୋଇ ଗୁଜରାଟ ଗଡ଼କୁ ରକ୍ଷା କରିାରିଛି ଏବଂ ଦୀର୍ଘ ୨୨ବର୍ଷ ପରେ ଗୁଜରାଟରେ କ୍ଷମତାକୁ ଫେରିବା ପାଇଁ ସ୍ୱପ୍ନ ଦେଖିଥିବା କଂଗ୍ରେସ ୮୦ଟି ଆସନରେ ବିଜୟୀ ହୋଇ ନିଜର ଗୁଜରାଟ ଅଧିକାର ସ୍ୱପ୍ନକୁ ଧୂଳିସାତ୍ କରିଛି  । ଯଦିଓ ଏହି ଦିନ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି ଏବଂ କଂଗ୍ରେସ ପରାସ୍ତ ହୋଇଛି, ତଥାପି ସମଗ୍ର ଦେଶର ନଜର ଗୁଜରାଟ ନିର୍ବାଚନ ଫଳାଫଳ ଉପରେ ଥିଲା  । କାରଣ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ରାଜ୍ୟ ଗୁଜରାଟ ନିର୍ବାଚନ ଫଳାଫଳ : କିଛି ଉଲ୍ଲାସ, କିଛି ସନ୍ଦେଶ ହେଉଛି ଗୁଜରାଟ  । ବିଜେପି ଏଥର ୧୫୦ରୁ ଅଧିକ ଆସନ ଜିତିବ ବୋଲି ଶ୍ରୀଯୁକ୍ତ ଶାହ ଦୃଢ଼ୋକ୍ତି ପ୍ରକାଶ କରିଥିଲେ, କିନ୍ତୁ ଦଳ ୯୯ରେ ସୀମିତ ରହିଥିଲା  । ଠିକ୍ ସେହିରି କଂଗ୍ରେସ ଏଥର ଗୁଜରାଟରେ ସରକାର ଗଠନ କରିବ ବୋଲି ଦୃଢ଼ ଆଶାବାଦୀ ଥିଲା, କିନ୍ତୁ କରିାରିଲା ନାହିଁ  । ତେଣୁ ଏପରି ଘଟଣା ନିଶ୍ଚିତ ଭାବରେ ଦୁଇ ଦଳକୁ ବ୍ୟଥିତ କରିଛି  । ଏସବୁ ସେ•୍ୱ ଦୁଇ ଦଳ ଆଗାମୀ ଦିନରେ ଆସୁଥିବା ନିର୍ବାଚନ ପାଇଁ ଏହି ନିର୍ବାଚନରୁ ଭରପୂର ଶିକ୍ଷା ପାଇଛନ୍ତି  ।
 
                                 ଗୁଜରାଟରେ ଯେହେତୁ ଦୀର୍ଘ ୨୨ ବର୍ଷ ହେଲା ବିଜେପି କ୍ଷମତାରେ ରହିଛି, ତେଣୁ ଏଠାରେ ସରକାର ବିରୋଧୀ ହାୱା  ପ୍ରବଳ ମାତ୍ରାରେ ଥିଲା  । ଏସବୁସେ•୍ୱ ବିଜେପି ପୁନଶ୍ଚ ସରକାର ଗଠନ କରିବା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ  । କିନ୍ତୁ ଗତ ନିର୍ବାଚନ ତୁଳନାରେ ଏଥର ଆସନ ସଂଖ୍ୟା ହ୍ରାସ ପାଇବା ନିଶ୍ଚିତ ଭାବରେ ଦଳ ପାଇଁ ଚିନ୍ତାର ବିଷୟ  । ଏହାର ପୁଙ୍ଖାନୁ ୁଙ୍ଖ ଅନୁସନ୍ଧାନ ହେବା ଉଚିତ  । ଏହା ସୂଚେଇ ଦେଉଛି ଯେ କଂଗ୍ରେସ ତାର ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିଛି  । ଅର୍ଥାତ୍ ବିଜେପିର ସମର୍ଥକ ରହି ଆସିଥିବା ଲୋକମାନେ କଂଗ୍ରେସ ପାଇଁ କାର୍ଯ୍ୟ କରିଛନ୍ତି  । କେଉଁ କାରଣ ପାଇଁ ବିଜେପିର ଦୀର୍ଘ ଦିନର ସମର୍ଥକ ବିଜେପି ଠାରୁ ମୁହଁ ଫେରେଇ ନେଇଛନ୍ତି ତା’ର କାରଣ ଖୋଜିବା ସହିତ ସେମାନଙ୍କୁ ପୁନଶ୍ଚ ଦଳକୁ ଫେରେଇ ଆଣିବା କାର୍ଯ୍ୟ ଦଳ ପ୍ରାଥମିକତା ଭି•ିରେ କରିବା ଉଚିତ  ।

25/12/2017