Samvadsetu News

ବାଙ୍ଗଲାଦେଶୀ ଫେରିବାଲାଙ୍କ କବ୍ଜାରେ ଓଡ଼ିଶା ବଜାର

 କଟକର ଐତିହାସିକ ବାଲିଯାତ୍ରା କଥା ମନେ ପଡ଼ିଲେ ମନେପଡ଼େ ଓଡ଼ିଆ ସାଧବ ପୁଅ, ଅତୀତର ନୌବାଣିଜ୍ୟର କଥା  । ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ତାରକସି କାମର ସାମଗ୍ରୀ ଏବଂ ଅନ୍ୟାନ୍ୟ କାରୁକାର୍ଯ୍ୟକୁ ନୌକା ଦ୍ୱାରା ନେଇ ସୁଦୂର ଇଣ୍ଡୋନେସିଆର ବାଲିଦ୍ୱୀପକୁ ଯାଉଥିଲେ  । ଏହାର ବିକ୍ରି ଶେଷକରି ବିୁଳ ଧନସମ୍ପ•ି ସହିତ ଦେଶକୁ ଫେରୁଥିଲେ  । ସାଧବପୁଅର ଏହି ଦୁଃସାହସିକ ବ୍ୟବସାୟିକ ଜଳଯାତ୍ରା ପ୍ରମାଣ କରେ ଯେ, ଅତୀତର ଓଡ଼ିଶାବାସୀ ବ୍ୟବସାୟ କଳାରେ

ବଡ଼ ନି ୁଣ ଥିଲେ  । ଆଜି ମଧ୍ୟ ଓଡ଼ିଶାର କିଛି ସ୍ୱତନ୍ତ୍ର ଜାତି ନିଜର ବ୍ୟବସାୟିକ ଦକ୍ଷତା ପାଇଁ ଓଡ଼ିଶାରେ ପ୍ରତିଷ୍ଠିତ  । କେବଳ ଓଡ଼ିଶା କାହିଁକି ସମଗ୍ର ଭାରତବର୍ଷରେ ଯଦି କୃଷି କାର୍ଯ୍ୟ ପରେ ଆଉ କୌଣସି କ୍ଷେତ୍ରରେ ଅଧିକ ଲୋକ ନିଯୁକ୍ତ ଥାଆନ୍ତି, ତାହା ହେଲେ ସେଇଟି ହେଉଛି ବ୍ୟବସାୟିକ କ୍ଷେତ୍ର  । ଗ୍ରାମା•ଳର ଛୋଟିଆ କୁଟୀର ଶିଳ୍ପ ହେଉ କିମ୍ବା ସହରରେ ଗଢ଼ି ଉଠିଥିବା ବିରାଟ ସପିଂମଲ ସବୁଠି ନିଯୁକ୍ତିର ପ୍ରଶସ୍ତ କ୍ଷେତ୍ର ସ୍ପଷ୍ଟ ବାରି ହୋଇପଡ଼େ  ।
             କିନ୍ତୁ ଆଜି ସକାଳ ହେଲେ ଓଡ଼ିଶାର ଗ୍ରାମା•ଳରେ ଗୋଟିଏ ଦୃଶ୍ୟ ଓଡ଼ିଶାର ବ୍ୟବସାୟିକ ଭି•ିଭୂମିକୁ ନଷ୍ଟ କରିବା ପାଇଁ ନିରବ ରାକ୍ଷସ ସଦୃଶ ଉଭା ହୋଇଛି  । ସେଇଟି ହେଉଛି ବାଙ୍ଗଲାଦେଶୀ ଫେରିବାଲାମାନଙ୍କର ବିଭିନ୍ନ ବିକ୍ରି ସାମଗ୍ରୀ ଧରି ରାସ୍ତାରେ ସାଇକେଲ କିମ୍ବା ଲୁନା ଧରି ଯାଉଥିବାର ଲମ୍ବା ଧାଡ଼ି  । ଏହା ଯେ କେବଳ ଗ୍ରାମା•ଳରେ ସୀମିତ ତାହା ନୁହେଁ, ଓଡ଼ିଶାର ବଡ଼ ବଡ଼ ସହରରେ ମଧ୍ୟ ଏହି ଫେରିବାଲାମାନଙ୍କର କବ୍ଜା  । ଏମାନଙ୍କୁ ଦେଖି ସାଧାରଣତଃ ବୁଦ୍ଧିଜୀବୀମାନେଭାବିଥାନ୍ତି ଯେ ପେଟ ଚାଖଣ୍ଡକ ପାଇଁ କଠିନ ପରିଶ୍ରମ କରିବାର ଏହା ଏକ ସୂଚନା  । କିନ୍ତୁ ପ୍ରକୃତରେ ଭାରତବର୍ଷର ବ୍ୟବସାୟିକ ଭି•ିଭୂମିକୁ ଧ୍ୱଂସ କରି ବ୍ୟାପକ ବେକାରୀ ସମସ୍ୟା ସୃଷ୍ଟି କରିବା ଏବଂ ସେହି ବେକାର
ଯୁବକମାନଙ୍କୁ ଦେଶ ବିରୁଦ୍ଧରେ ବିନିଯୋଗ କରିବା ପାଇଁ ଏହା ଏକ ଗୁପ୍ତ ଯୋଜନା  । ନିମ୍ନରେ ଉଦାହରଣ ମାଧ୍ୟମରେ ଏହାକୁ ସ୍ପଷ୍ଟ କରାଯାଇପାରେ  ।
               ପ୍ରତ୍ୟେକ ଗ୍ରାମରେ ନିଶ୍ଚିତ ଭାବରେ ଗୋଟିଏ ଛକ ଥାଏ ଏବଂ ପ୍ରତ୍ୟେକ ଛକରେ ଗୋଟିଏ ଚା’ ଦୋକାନ ଥାଏ  । ସେହିରି ପ୍ରତ୍ୟେକ ସହରରେ ୧୦ଟି ଦୋକାନ ପରେ ଗୋଟିଏ ଚା’ ଦୋକାନ ମଧ୍ୟ ଦୃଷ୍ଟିକୁ ଆସିବ । ଏହି ଦୃଷ୍ଟିରୁ ଦେଖିଲେ ଓଡ଼ିଶାରେ ହଜାରହଜାର ଚା’ ଦୋକାନୀ ନିଜ ଗୁଜୁରାଣ ମେ•ାଇବା ପାଇଁ ଏହି ଚା’ ଦୋକାନ ଉପରେ ନିର୍ଭରଶୀଳ । ଭୁବନେଶ୍ୱର ଏବଂ କଟକର କିଛି ଚା’ ଦୋକାନୀଙ୍କ ସହିତ ଆଲୋଚନା ପରେ ଜଣାପଡ଼ିଲା ଯେ ପ୍ରତିଦିନ ସେମାନେ
୩୦୦ରୁ ୪୦୦ କପ୍ ଚା’ ବିକ୍ରି କରୁଥିଲେ  । କିନ୍ତୁ ଆଜିକାଲି ୨୦୦ କପ୍ ଚା’ ବିକ୍ରି କରିବା ସେମାନଙ୍କ ପାଇଁ କଷ୍ଟ ହୋଇ ପଡ଼ିଲାଣି  । ଏହାର କାରଣ ହେଲା ଗତ ବର୍ଷେ ଦୁଇ ବର୍ଷ ହେଲା କିଛି ବଙ୍ଗଳାଭାଷୀ କହୁଥିବା ଫେରିବାଲା ଘରକୁ ଘର ବୁଲି ଚା’ ବିକ୍ରି କରୁଛନ୍ତି  । ଅର୍ଥାତ୍ ଏମାନେ ହେଉଛନ୍ତି ବେଆଇନ୍ ବାଙ୍ଗଲାଦେଶୀ  । ଯେହେତୁ ଲୋକମାନଙ୍କ ପାଖରେ ଏମାନେ ପହ•ି ଚା’ ଦେଉଛନ୍ତି ସେଥିାଇଁ ଚା’ ଦୋକାନକୁ ଆଉ ଆଗଭଳି କେହି ଚା’ ପିଇବାକୁ ଆସୁନାହାନ୍ତି  ।

 

30/04/2018