Samvadsetu News

ବାମବାଦୀ ଅବଧାରଣାର ଦୁରାଗ୍ରହୀ ରୋମନ୍ଥନ

 

 
ଭାରତୀୟ ପ୍ରଥା-ପରମ୍ପରାରେ ସାଧୁସନ ୍ଥଙ୍କ ସହ ଗୁରୁ, ବିଦ୍ୱାନଙ୍କୁ ମଧ୍ୟ ଶ୍ରଦ୍ଧାସ ମ୍ମାନ ଦେବାର ପ୍ରବୃ•ି ରହି ଆସିଛି  । କିନ୍ତୁ ବିଭିନ୍ନ ରଙ୍ଗର ବସ୍ତ୍ର ପରିଧାନପୂର୍ବକ କିଛି ଲୋକ ଯେପରି ଭାବରେ ନିଜକୁ ସାଧୁ ବୋଲାନ୍ତି, ଠିକ୍ ସେହିରି ବଡ଼ ବଡ଼ ଶୈକ୍ଷିକ ପଦରେ ରହି ନିତାନ୍ତ ସାଧାରଣ ଶିକ୍ଷକ- ଅଧ୍ୟାପକ ବା ବକ୍ତା ମଧ୍ୟ ନିଜକୁ ବିଦ୍ୱାନ ବୋଲାଇଥାନ୍ତି  । ଏହାର ଏକ ଦୃଷ୍ଟାନ୍ତ ପ୍ରଣିଧାନଯୋଗ୍ୟ  । ଗତ ଅଗଷ୍ଟ ୧୮ ତାରିଖ ଦିନ କଲିକତାର ପ୍ରେସିଡେନ୍ସି କଲେଜ୍ର ସମାବ•ର୍ନ ଉତ୍ସବରେ ମାର୍କାମରା ବାମବାଦୀ ଐତିହାସିକ ପ୍ରଫେସର ରୋମିଲା ଥାପର ଭାଷିଲେ, “ଉପନିଷଦ ଓ ବ୍ରାହ୍ମଣ ଗ୍ରନ୍ଥମାନଙ୍କରେ ଏକାଧିକ ଥର କୁହାଯାଇଛି ଯେ, କେବଳ ଦାସୀମାନଙ୍କର ସନ୍ତାନ ହିଁ ସର୍ବାଧିକ ସମ୍ମାନିତ ଋଷି ତଥା ବିଦ୍ୱାନହେଉଥିଲେ, ଅର୍ଥାତ୍ ଏମାନଙ୍କର ମାତାମାନେ ନୀଚ କୁଳର ଦାସୀ ଥିଲେ  ।” ତାଙ୍କର ଅଭ୍ୟାସଗତ ପ୍ରବୃ•ି ଅନୁସାରେ ରୋମିଲା, ଏସବୁ ଅଦ୍ଭୁତ କଥା କେଉଁ ଉପନିଷଦ ବା ବୈଦିକ ଗ୍ରନ୍ଥରେ ବର୍ଣ୍ଣିତ, ଏ ବାବଦରେ କୌଣସି ଉଲ୍ଲେଖ କରିନଥିଲେ  । ଏତେ ବ ବିଦୁଷୀ, ଏକଥା ସେ ଆକାଶରୁ ତୋଳି  କହିଦେଲେ ନା ଆଉ କେହି ‘ପଣ୍ଡିତ’ ତାଙ୍କୁ ଏକଥା କହିଥିଲା ? ଯଦି କେହି ବା ଏକଥା କହିଥିଲା, ତାଙ୍କର ତ ଏ ସମ୍ବନ୍ଧରେ ସମୁଚିତ ପରୀକ୍ଷା-ନିରୀକ୍ଷା କରିବାର ଥିଲା  । କିଛି ନ କରି ସେ ତାଙ୍କର ସମା ବିଘନଟକାରୀ ମନ୍ତବ୍ୟ ଦେଲେ କିରି ? କୁଆଡ଼େ ଗଲା ତୁମର ପ୍ରଫେସରପଣିଆ ? ତୁମର ବିଦ୍ୱ•ା କ’ଣ ଏତିକିରେ ସୀମିତ ? କୌଣସି ବିଦ୍ୱାନ୍ କେବେହେଲେ ଏତାଦୃଶ କାମ କରିବେ ନାହିଁ  । ଏହା ତ ଏକ ରାଜନୈତିକ ପ୍ରଚାରକର ପ୍ରବୃ•ି; ଯିଏ ନିଜର ପ୍ରଚାର ଉଦ୍ଦେଶ୍ୟରେ ଯେ କୌଣସି ସତ-ମିଛକୁ ଏକ ଆଧାର କରି ବାଚାଳତା ପ୍ରଦର୍ଶନ କରିବାରେ ପଶ୍ଚାତ୍ଦ ହୁଏ ନାହିଁ  । ଏ ଜାତିର ବ୍ୟକ୍ତିର ଉପର ମହଲା ଖାଲି ଥାଏ ବା ସେଥିରେ ଆବର୍ଜନା ଭ•ିର୍ ଥାଏ, ତେଣୁ ସେ ଏସବୁ
କଥାହ ପରଖ କରେ ନାହିଁ, କାରଣ ତାହାର ଏ ସାମର୍ଥ୍ୟ ନଥାଏ  ।
ତା’ଛଡ଼ା ପ୍ରଫେସର ରୋମିଲା ଥାପର ଜଣେ ବେଦଜ୍ଞ ବିଦ୍ୱାନ ତ ନୁହଁନ୍ତି ବା ଅତି କମ୍ରେ ଏହାର ଅଧ୍ୟୟନ ମଧ୍ୟ କରି ନାହାନ୍ତି  । ଛାନ୍ଦୋଗ୍ୟ ଉପନିଷଦ ତଥା ବିଭିନ୍ନ ଶ୍ରୁତି ଗ୍ରନ୍ଥ, ସୂତ୍ର ମାନଙ୍କରେ ଏକଥା ମଧ୍ୟ କୁହାଯାଇଛି ଯେ ବେଦକୁ ସମୁଚିତ ଭାବେ ବୁଝିବା ପାଇଁ କୌଣସି ବେଦଜ୍ଞ ବ୍ରାହ୍ମଣଙ୍କର ନିର୍ଦ୍ଦେଶନାରେ ଅତି କମ୍ରେ ଛଅ ବର୍ଷ ପର୍ଯ୍ୟନ୍ତ ଅଧ୍ୟୟନ କରିବା ଅନିବାର୍ଯ୍ୟ  । ବୃଦ୍ଧା ରୋମିଲା ଥାପରଙ୍କର ସଂସ୍କୃତ ଜ୍ଞାନ ଘର ମଧ୍ୟ ଶୂନ୍ୟ । ତାଙ୍କର ସମସ୍ତ ପୁସ୍ତକର ବିଷୟବସ୍ତୁ କେବଳ ଗୋଟିଏ ଦିଶାରେ ହିଁ ଢ଼ଳି ରହିଛି  । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ତାଙ୍କର ସମ୍ପୂର୍ଣ୍ଣ ଅଧ୍ୟୟନ ସାଧାରଣତଃ ଦେଶୀ-ବିଦେଶୀ ଇଂରାଜୀ ପୁସ୍ତକ; ଯାହା ମଧ୍ୟରୁ ଅଧିକାଂଶ ହେଲା ଅତ୍ୟନ୍ତ ନୀଚ ସ୍ତରର ବାମବାଦୀ ବିଚାରଧାରା ସମ୍ବଳିତ ସ୍ରୋତ-ସାମ୍ରଗୀ ଉପରେ ଆଧାରିତ  । ଏସବୁ ସାମଗ୍ରୀରେ ପ୍ରମାଣସିଦ୍ଧ ବେଦଜ୍ଞଙ୍କର ନାମ ଦିଆଯାଇ ନଥାଏ, ଏମାନଙ୍କର ଲେଖନ ପାଠ କରିବା ମଧ୍ୟ ଏ ବାମବାଦୀଙ୍କ ପାଇଁ ଦୁଷ୍କର  । ତେଣୁ ଏ ରୋମିଲା ଥାପର ବେଦ ବିଷୟରେ କୌଣସି ମାର୍ଗରେ କିଛିହେଲେ କହିବା ପାଇଁ ସର୍ବନିମ୍ନ ଯୋଗ୍ୟତାର ଅଧିକାରୀ ନୁହଁନ୍ତି  । ଏ ଜୀବନ କାଳରେ ଏହା ହେବା ତାଙ୍କର ଜାତକରେ ମଧ୍ୟ ନାହିଁ  । ତାଙ୍କର ଉପରୋକ୍ତ ବକ୍ତବ୍ୟ ଉପରେ ମତ ଦେଇ ବେଦଜ୍ଞ ବିଦ୍ୱାନ କହିଛନ୍ତି ଭାରତୀୟ ଜ୍ଞାନ ପରମ୍ପରାରେ କୌଣସି ଠାରେ ଜନ୍ମ ଆଧାରିତ ବିଦ୍ୱ•ାର କୌଣସି ଉଲ୍ଲେଖ ନାହିଁ  । ମୁନି- ଋଷି ବା ଜ୍ଞାନୀଙ୍କର ମହ•୍ୱ ସେମାନଙ୍କର ସତ୍ୟ ନିଷ୍ଠା ତଥା ଆଧ୍ୟାତ୍ମିକ ଜ୍ଞାନର ପ୍ରଗାଢ଼ତା ଉପରେ ନିର୍ଭର କରି ରହି ଆସିଛି  । ଏମାନଙ୍କର ଜନ୍ମ କେଉଁ ବର୍ଣ୍ଣ ବା ଜାତିର ପରିବାରରେ ହୋଇଥିଲା, ଏହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ନଥାଏ, କାରଣ ଜ୍ଞାନ ଆହରଣ ପାଇଁ ତାହା ବାଧକ ପରିଗଣିତ ହେଉନଥିଲା  । ଆଜି ମଧ୍ୟ ନାହିଁ  । ପିତା, ମାତା ବା ବଂଶର ଉଲ୍ଲେଖ ସାଧାରଣତଃ ପରିଚୟ ପାଇଁ ହିଁ କରାଯାଇଥାଏ  । ବୈଦିକ ପ୍ରାର୍ଥନାରେ ମଧ୍ୟ ସତ୍ବିଚାର, ସତ୍ଉଦ୍ଦେଶ୍ୟର ହିଁ ବାରମ୍ବାର ପୁନରାବୃ•ି କରାଯାଇଛି  । ଏହି ସନ୍ଦର୍ଭରେ ନୀଚ ଜାତି ବା ଉଚ୍ଚ ବଂଶର କଥା ଉଠାଇବା ବାଚାଳତା ଓ ଉଦ୍ଦେଶ୍ୟପ୍ରଣୋଦିତ  । ରୋମିଲା ଥାପରଙ୍କର ଏ ବକ୍ତବ୍ୟ ହେଲା ତାଙ୍କର ପୁରୁଣା ରୋଗର ଏକ ଲକ୍ଷଣ  । ଏ ରୋଗର କାରଣ ହେଲା ତାଙ୍କର କମ୍ୟୁନିଷ୍ଟ ଦୁରାଗ୍ରହ; ଯେଉଁଥିରେ ସାମାଜିକ ବର୍ଗକୁ (ରୋମିଲା ଥାପର) ୨୦ ଘକ୍ଟଙ୍ଖରଜ୍ଞଭରକ୍ସ -୨୦୧୭ କ୍ଷ ଠକ୍ଟକ୍ଷ-୫୪ କ୍ଷ ଘକ୍ଟ-୧୫ ୯ କେନ୍ଦ୍ରବିନ୍ଦୁ କରାଯାଇଥାଏ ତୁମେ କେଉଁ ବର୍ଗର ? ସିଏ କେଉଁ ବର୍ଗର ? ସର୍ବ୍ରଥମେ ଏଇ କଥାକୁ ଗୁରୁତ୍ୱ ଦିଆଯାଇଥାଏ ଓ ଏହାର ଆଧାରରେ ହିଁ ଅନ୍ୟ ସବୁ କଥା ଚାଲିଥାଏ ବା ନିର୍ଣ୍ଣୟ କରାଯାଇଥାଏ  । ସେହି ମତବାଦୀମାନସିକତାକୁ ରୋମିଲା ଥାପର କଲିକତାର ଯୁବମାନସରେ ଭ•ିର୍ କରାଇବାର ପ୍ରୟାସ କରୁଥିଲେ ବେଦର ମିଥ୍ୟା ସନ୍ଦର୍ଭ ଦେଇ  । ଏହା ବିଦ୍ୱ•ା ବା ଜ୍ଞାନର ପରିଚାୟକ ନୁହେଁ  । ଜ୍ଞାନର ପ୍ରଥମ ସୋପାନ ହେଲା ଅନ୍ୱେଷଣ, ଅନୁସନ୍ଧାନ  । ରୋମିଲା ଓ ତାଙ୍କର ମାର୍କସବାଦୀ ଗ୍ୟାଙ୍ଗ ପାଇଁ ଏସବୁ କଥା ଅର୍ଥହୀନ ରହି ଆସିଛି  । ପ୍ରାରମ୍ଭରୁ ହିଁ ରୋମିଲାଙ୍କର ସମ୍ପୂର୍ଣ୍ଣ ଲେଖନ ପୂର୍ବାଗ୍ରହଗ୍ରସ୍ତ ତଥା ଧରାବନ୍ଧା ମାର୍କସବାଦୀ-ରାଜନୈତିକ ପାଖରୁ ପରାମର୍ଶ ନେଇ ନାହାନ୍ତି, ତାହାକୁ ହିଁ ସେ ସତ୍ୟ ସଦୃଶ ପ୍ରଚାର କରନ୍ତି ନିର୍ଲଜ ଭାବରେ  । ରୋମିଲା ଓ ତାଙ୍କ ଗ୍ୟାଙ୍ଗ୍ର ଏତାଦୃଶ ପ୍ରବୃ•ି ଆଜି ମଧ୍ୟ ପୂର୍ବବତ୍ ରହିଛି  । ତେଣୁ ଆମେ ଏକଥା ନିଃସଙ୍କୋଚରେ କହିାରୁ ଯେ ରୋମିଲାଙ୍କର ଗଣନା ଧୂ•ର୍, ଫମ୍ପା, ପ୍ର•, ଛଦ୍ମ ଶିକ୍ଷାବିତ୍ ରୂପେ ହେବା ଉଚିତ  । ଏ ବୃଦ୍ଧା ଓ ଏ ଧରଣର ବ୍ୟକ୍ତିଙ୍କ ପ୍ରତି ସମାଜ ମଧ୍ୟ ସତର୍କ ରହିବା ଉଚିତ  । ଏମାନଙ୍କର ମୁଖ୍ୟ ଧ୍ୟେୟ ହେଲା ଭାରତୀୟ ସମାଜର ଅଧୋଗତି, ବିଧ୍ୱଂସ, ଭୀଷଣ କ୍ଷତି  । ଏ ସମ୍ପ୍ରଦାୟ ବିଗତ ଚାରି-ପା• ଦଶକରୁ ଅନେକ ମାର୍ଗରେ ଦେଶର ପ୍ରଭୂତ କ୍ଷତି କରି ଆସିଛି  । ଏକ ଦୃଷ୍ଟାନ୍ତ ଦେଖନ୍ତୁ  । ନିକଟରେ (୨୦୧୬) ଜଣେ ଲବ୍ଧପ୍ରତିଷ୍ଠ ପ୍ରତ୍ନତ•୍ୱବିତ୍ ସେଇ ସମୟରେ କେ.କେ ମହମ୍ମଦ ଏଠାରେ ମନ୍ଦିର ଥିବାର କଥା ପ୍ରକାଶ କରିଥିଲେ  । କିନ୍ତୁ ରୋମିଲା ଥାପରଙ୍କ ସହ ଅନେକ ମାର୍କସବାଦୀ ଐତିହାସିକଙ୍କର ଏହା ହଜମ ହେଲା ନାହିଁ  । ଏମାନେ ସମବେତ ସ୍ୱରରେ ପ୍ରଚାର କରିବାକୁ ଲାଗିଲେ ଯେ ସେ ସ୍ଥାନରେ କଦାପି କୌଣସି ମନ୍ଦିର ନଥିଲା ଓ ଏ ସାରା ଅଭିଯାନ ହେଲା ହିନ୍ଦୁବାଦୀ ସଙ୍ଗଠନଙ୍କର କାଣ୍ଡକାରଖାନା  । ଆଜି ସମ୍ପୂର୍ଣ୍ଣ ସାକ୍ଷୀ-ପ୍ରମାଣ ସହ ଏକଥା ନ୍ୟାୟାଳୟ ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେଠାରେ ପ୍ରକୃତରେ ମନ୍ଦିର ଥିଲା

 

20/11/2017