Samvadsetu News

ବିଜେପୁର ବାଜି ଜିତିବ କିଏ ?

 ଗତ ପ•ାୟତ ନିର୍ବାଚନକୁ ଏକ ବର୍ଷ ନ ପ ୂ ର ୁ ଣ ୁ ବ ି େ ଜ ପ ୁ ର ବ । ସ ୀ ସାମ୍ନା କରିବାକୁ ଯାଉଛନ୍ତି ଆଉ ଏକ ନିର୍ବାଚନ  । ସେଇଟି ହେଉଛି ବିଜେପୁର ବିଧାନସଭା ଉପ- ନ ି ବ ର୍ । ଚ ନ  । ବିଜେପୁର ବିଧାୟକ ସୁବଳ ସାହୁଙ୍କ ଅକାଳ ମୃତ୍ୟୁ ପରେ ସେଇ ଆସନଟି ବ•ର୍ମାନ ଖାଲି ପଡ଼ିଛି  । ଯଦିଓ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା କରି ନାହାନ୍ତି, ତଥାପି ରାଜନୈତିକ ଦଳମାନେ ସେମାନଙ୍କର ପୂର୍ବ ପ୍ରସ୍ତୁତି ଆରମ୍ଭ କଲେଣି  । ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳରେ ସାମିଲ କରି ବିଜେଡ଼ି ତାର ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛି ଏବଂ କଂଗ୍ରେସ ଶିବିରରେ ହତାଶର ବାତାବରଣ ଖେଳାଇ ଦେଇଛି  । ଏହି ଆସନଟି କଂଗ୍ରେସ ହାତରେ ଥିବାରୁ କଂଗ୍ରେସ ନେତାମାନେ ଭାବୁଥିଲେ ଯେ, ସୁବଳ ସାହୁଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ଅନୁକମ୍ପାକୁ ଭି•ିକରି ସୁବଳ ସାହୁଙ୍କ ପତ୍ନୀ କିମ୍ବା ପୁତ୍ର ଏହି ନିର୍ବାଚନ ନିଶ୍ଚୟ ଜିତିବେ ଏବଂ ପୁନଶ୍ଚ କଂଗ୍ରେସ ଏହି ଆସନକୁ ଦଖଲ କରିବ  । କିନ୍ତୁ ନବୀନ ବାବୁଙ୍କ ମାଷ୍ଟର ଷ୍ଟ୍ରୋକ୍, ଅର୍ଥାତ୍ ରୀତା ସାହୁଙ୍କୁ ନିଜ ଦଳରେ ସାମିଲ କରି ତାଙ୍କୁ ବିଜେପୁର ଉପନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିବା କଂଗ୍ରେସର ବିଜେପୁର ଦଖଲ ସ୍ୱପ୍ନକୁ ଧୂଳିସାତ୍ କରିଦେଇଛି  । ନବୀନ ବାବୁଙ୍କ ଏପରି ପଦକ୍ଷେପକୁ ମୁକାବିଲା କରିବା ପାଇଁ ବିଜେପି, ବିଜେଡ଼ିର ନିଲମ୍ବିତ ନେତା, ବିଜେପୁରର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ସାମିଲ କରି ନିଜର ଶକ୍ତି ପ୍ରଦର୍ଶନ କରିଛି  ।

ଯଦିଓ ଏହି ଆସନରେ ହେବାକୁ ଥିବା ନିର୍ବାଚନ ସରକାରଙ୍କ ସ୍ଥିତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ, ତଥାପି ରାଜନୈତିକ ଦୃଷ୍ଟିକୋଣରୁ ଏହା ତିନୋଟି ପ୍ରମୁଖ ଦଳ ପାଇଁ ଗୁରୁତ୍ୱୂର୍ଣ୍ଣ ମନେହୁଏ  । ପ୍ରଥମେ ଶାସକ ଦଳ ବିଜେଡ଼ି କଥା ବିଚାର କରାଯାଉ  । ଏହି ନିର୍ବାଚନମଣ୍ଡଳୀରୁ ବିଜେଡ଼ି ୨୦୦୦ ମସିହାରେ ବିଜୟୀ ହୋଇଥିଲା  । ଏହାପରେ ବିଜେଡ଼ି ଏଠାରୁ ଜିତିାରି ନାହିଁ  । ଗତ ୨୦୧୪ ନିର୍ବାଚନରେ ବିଜେଡ଼ି ମାତ୍ର ୪୫୮ ଖଣ୍ଡ ଭୋଟ୍ରେ ଏହି ଆସନରେ ପରାଜିତ ହୋଇଥିଲା  । ବ•ର୍ମାନ ରାଜନୈତିକ ଦୃଶ୍ୟପଟ୍ଟରେ ବିଜେଡ଼ି କ୍ରମଶଃ ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇ ଚାଲିଛି; ଯାହାର ପ୍ରଭାବ ଗତ ପ•ାୟତ ନିର୍ବାଚନରେ ଦେଖିବାକୁ ମିଳିଥିଲା  । ଏହି ପ•ାୟତ ନିର୍ବାଚନରେ ଭୋଟରମାନେ ବିଜେପିକୁ ବିଜେଡ଼ିର ବିକଳ୍ପ ଭାବରେ େ ଦ ଖ ô ବ । କ ୁ ଚାହୁଁଛନ୍ତି ବୋଲି ସ୍ପଷ୍ଟ ସଙ୍କେତ ଦେଇଥିଲେ  । ଏ ହ । ପ େ ର ବିଜେପି ମଧ୍ୟ ଏହି ଜ ନ । େ ଦ ଶ କ ୁ ସମ୍ମାନ ଦେଇ ଗୋଟିଏ ଉପଯୁକ୍ତ ବିରୋଧୀ ଦଳର କ । ଯ ର୍ ୍ୟ କରିଚାଲିଛି  । ତେଣୁ ବିଜେଡ଼ି ଏହି ନିର୍ବାଚନ ଜିତି ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛି ଏବଂ ଆଗାମୀ ନିର୍ବାଚନ ପାଇଁ ବିଜେପିକୁ ନିଶ୍ଚିତ ବିଜୟରୁ ରୋକିବାକୁ ଚେଷ୍ଟା କରୁଛି  । ତାହା ସହିତ ବ•ର୍ମାନ ଲଗାତର ଯେମିତି ପୋଲ ଭୁଶୁଡ଼ୁଛି, ଏହା ପୂ•ର୍ ବିଭାଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି  । ଯେହେତୁ ପୂ•ର୍ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଅଛି, ଏହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କର ସ୍ୱଚ୍ଛତାରେ ଦାଗ ଲାଗିଛି  । ତେଣୁ ଏହି ନିର୍ବାଚନ ଯଦି ବିଜେଡ଼ି ଜିତେ ତାହା ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ୱର ଚମକ ଏବେ ବି ବଜାୟ ରହିଛି ବୋଲି ବିଜେଡ଼ି ପ୍ରଚାର କରିବ  । ବିଜେପି ପାଇଁ ଏ ନିର୍ବାଚନର ଗୁରୁତ୍ୱ ମଧ୍ୟ କିଛି କମ୍ ନୁହେଁ  । ପ•ାୟତ ନିର୍ବାଚନରେ ବିଜେପି ଯେମିତି ଓଡ଼ିଶାବାସୀଙ୍କ ସମର୍ଥନ ହାସଲ କରିଥିଲା, ତାହା ଏବେ ବଜାୟ ରହିଛି କି ନାହିଁ ଏହି ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ  । ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ୮ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୭ଟିରେ ବିଜେପି ବିଜୟୀ ହୋଇଥିଲା  । ତେଣୁ ଏ ଦୃଷ୍ଟିରୁ ଦେଖିଲେ ବିଜେପି ପାଇଁ ୧୬ ଙମଗ୍ଧକ୍ଟଭରକ୍ସ -୨୦୧୭ କ୍ଷ ଠକ୍ଟକ୍ଷ-୫୪ କ୍ଷ ଘକ୍ଟ-୧୦୧୩ ଏହି ନିର୍ବାଚନ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି  । ଦଳ ଯଦି ଏହି ଉପନିର୍ବାଚନରେ ବିଜୟୀ ହୁଏ, ତାହା ହେଲେ ଆଗାମୀ ୨୦୧୯ ନିର୍ବାଚନ ବିଜେପି ପାଇଁ ସହଜ ହେବ ଏବଂ ଏହାର ପ୍ରଭାବ ସମଗ୍ର ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ  ।

16/10/2017