Samvadsetu News

ବିଜେଡ଼ିରୁ ଦାମ ବାବୁଙ୍କ ବହିଷ୍କାର ପ୍ରସଙ୍ଗ “ନେତା ଦାୟୀ ନା ନୀତି ଦାୟୀ”

 ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ବିଜେଡ଼ିର ତୁଙ୍ଗ ନେତା ତଥା ପାରାଦୀପ ବିଧାୟକ ଶ୍ରୀଯୁକ୍ତ ଦାମୋଦର ରାଉତଙ୍କୁ ବିଜେଡ଼ି ସୁି୍ରମୋ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତି  । ଜଗତ୍ସିଂହପୁର ଜିଲ୍ଲାର କିଛି ନେତା ଏବଂ କର୍ମୀଙ୍କ ଲିଖିତ ଅଭିଯୋଗର ବିଚାର କରି ନବୀନବାବୁ ଏପରି ପଦକ୍ଷେପ ନେଇଛନ୍ତି  । ବହିଷ୍କାରର କାରଣ ସ୍ୱରୂପ ଦର୍ଶାଯାଇଛି ଯେ, ଦାମବାବୁ ଦଳବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି  । ଏହା ହେଉଛି ଏକ ସାଧାରଣ କଥା ଯେ, ଯାହାଙ୍କୁ ସ୍ରୁିମୋ ଦଳରୁ ବହିଷ୍କାର କରନ୍ତି, ଏହାର କାରଣ ସ୍ୱରୂ ସେହି ସମାନ ବକ୍ତବ୍ୟ ହିଁ ଗଣମାଧ୍ୟମକୁ ଦିଅନ୍ତି  । ଅତୀତରେ ବିଜୟ ମହାପାତ୍ର, ଦିଲୀପ ରାୟ, ପ•ାନନ କାନୁନଗୋ ଏବଂ ବୈଜୟନ୍ତ ପଣ୍ଡାଙ୍କ ଭଳି ଓଜନଦାର ନେତାମାନଙ୍କୁ ମଧ୍ୟ ଦଳ ବହିଷ୍କାର କରି ସାରିଛି  । ହେଲେ ଦଳ କେବେ ବି ଚିନ୍ତା କରି ନାହିଁ ଯେ ଅତୀତରେ ଯେଉଁ ନେତାମାନେ ଦିନେ ବିଜେଡ଼ିକୁ ଲହୁଲୁହ ଢ଼ାଳି ପ୍ରତିଷ୍ଠା କରିଥିଲେ, ସେମାନେ କାହିଁକି ସେହି ଦଳ ବିରୋଧରେ କାର୍ଯ୍ୟ କରୁଛନ୍ତି  ।

                                       ବ•ର୍ମାନ ଦାମବାବୁଙ୍କ ପ୍ରସଙ୍ଗ ବିଚାର କରାଯାଉ  । ଦାମବାବୁ ଯେଉଁଥିପାଇଁ ବହିଷ୍କାର ହେଲେ ସେଥିମଧ୍ୟରେ ଗୋଟିଏ କାରଣ ହେଲା ଯେ, ସେ ଅଭିଯୋଗ କରି ଆସୁଥିଲେ ଉଭୟ ରାଜ୍ୟ ଶାସନ ଏବଂ ବିଜେଡ଼ି ଦଳକୁ ଜଣେ ଅଣଓଡ଼ିଆ ଅଫିସର ଚଳାଇ ଆସୁଛନ୍ତି  । ଏହି ଅଭିଯୋଗ ଅତୀତରେ ଅନେକ ବହିଷ୍କୃତ ବିଜେଡ଼ି ନେତାମାନେ ମଧ୍ୟ କରିଛନ୍ତି  । କିନ୍ତୁ ଦାମ ବାବୁ ଅତୀତରେ ମଧ୍ୟ ପ୍ୟାରୀ ବାବୁଙ୍କ ବିଜେଡ଼ିରୁ ଦାମ ବାବୁଙ୍କ ବହିଷ୍କାର ପ୍ରସଙ୍ଗ “ନେତା ଦାୟୀ ନା ନୀତି ଦାୟୀ” ଙ୍କ ବିିନ ବିହାରୀ ମହାନ୍ତି ଙ୍କ ବିରୁଦ୍ଧରେ ସମାନ ଅଭିଯୋଗ ଆଣିଥିଲେ  । ଦଳରେ ବଢ଼ୁଥିବା ପ୍ୟାରୀବାବୁଙ୍କ ପ୍ରଭାବକୁ ସେ ସଦାସର୍ବଦା ବିରୋଧ କରୁଥିଲେ ଏବଂ ଗଣମାଧ୍ୟମରେ ତାଙ୍କୁ ତୀବ୍ର ସମାଲୋଚନା କରୁଥିଲେ  । କିନ୍ତୁ ଦାମବାବୁଙ୍କ ଏପରି କାର୍ଯ୍ୟକୁ ଦଳର ପ୍ରାୟ ଅଧିକାଂଶ ନେତା ନାପସନ୍ଦ କରୁଥିଲେ  । ଏପରିକି ନିଜେ ନବୀନ ବାବୁ ମଧ୍ୟ ଦାମଙ୍କୁ ଏପରି କାର୍ଯ୍ୟରୁ ନିବୃ• ରହିବାକୁ ଚେତାବନୀ ଦେଇଥିଲେ  । ହେଲେ ୨୦୧୨ ମସିହା ମେ ୨୯ ତାରିଖ ପରେ ସବୁକିଛି ଓଲଟପାଲଟ ହୋଇଗଲା  । ଯେଉଁ ପ୍ୟାରୀବାବୁ ନବୀନବାବୁଙ୍କ ପାଇଁ ସର୍ବେସର୍ବା ଥିଲେ, ନବୀନବାବୁ ତାଙ୍କୁ ବେଇମାନ୍ କହିଲେ ଏବଂ ଦଳରୁ ବହିଷ୍କାର ମଧ୍ୟ କଲେ  । କାରଣ ପ୍ୟାରୀବାବୁ ନବୀନ ବାବୁଙ୍କ ଅନୁ ସ୍ଥିତିରେ କିଛି ବିଧାୟକଙ୍କୁ ଏକାଠି କରି ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା କରୁଥିଲେ ବୋଲି ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା  । ଏହାପରେ ସମସ୍ତ ବିଜେଡ଼ି ନେତା ପ୍ୟାରୀବାବୁଙ୍କୁ ନିନ୍ଦା କରିଥିଲେ ଏବଂ ସମଗ୍ର ଓଡ଼ିଶାରେ ଥିବା ବିଜେଡ଼ି ସମର୍ଥକମାନେ ଦାମବାବୁଙ୍କୁ ପ୍ରଶଂସା କରିଥିଲେ  । ସେତେବେଳେ ଗୋଟିଏ କଥା ଚାରିଆଡେ ଚର୍ଚ୍ଚା ହେଉଥିଲା ଯେ, ବୋଧହୁଏ ପ୍ୟାରୀବାବୁଙ୍କର ଏପରି ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ବିଷୟରେ ଆଗରୁ ଦାମବାବୁ ଜାଣିଥିଲେ  । ଆଜି ଦାମବାବୁ ଯେଉଁ ଅଣଓଡ଼ିଆ ଅଫିସରଙ୍କୁ ଇଙ୍ଗିତ କରୁଛନ୍ତି, ସେହି ଅଣଓଡ଼ିଆ ଅଫିସରଙ୍କ ଠାରେ ଦାମବାବୁ ସେହିରି ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ଦେଖୁ ନାହାନ୍ତି ତ ! କିନ୍ତୁ ତାହା ସ୍ପଷ୍ଟ ହୋଇଥାନ୍ତା, ଯଦି ନବୀନ ବାବୁ ବହିଷ୍କାର କରିବା ପୂର୍ବରୁ ଦାମବାବୁଙ୍କ ସହିତ ମୁହାଁମୁହିଁ ଆଲୋଚନା କରିଥାନ୍ତେ  । କିନ୍ତୁ ତାହା ହୋଇନାହିଁ  । ଏକଥା ଏବେ ବି ସନ୍ଦେହ ଘେରରେ ଯେ, ସମାନ ଧରଣର କାର୍ଯ୍ୟ କରି ଦାମ ବାବୁ ଅତୀତରେ ପ୍ରଶଂସିତ ହୋଇଥିଲାବେଳେ ଏବେ ବହିଷ୍କୃତ ହୋଇଛନ୍ତି  ।

24/09/2018