Samvadsetu News

ବ୍ରହ୍ମଲୀନ ପୂଜ୍ୟ ଜୟେନ୍ଦ୍ର ସରସ୍ୱତୀ

 ବିଶ୍ୱ କଲ୍ୟାଣ ପାଇଁ ରତ ମାନବୀୟ ମୂଲ୍ୟବୋଧ ଓ ଦୈବୀଗୁଣଯୁକ୍ତ ଭାରତୀୟ ସଂସ୍କୃତିର ସୁରକ୍ଷା ତଥା ଭାରତବର୍ଷର ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଭାରତବର୍ଷରେ ଯୁଗ ଯୁଗ ଧରି ଅନାଦି ଅନନ୍ତ କାଳରୁ ଅବତାରୀ ପୁରୁଷ, ମହାପୁରୁଷ ତଥା ସାଧୁ ସନ୍ଥମାନେ ଅବତୀର୍ଣ୍ଣ ହୋଇ ନିଜ ନିଜର କ•ର୍ବ୍ୟ ଓ ପୁରୁଷାର୍ଥ ବଳରେ କାଳଜୟୀ ହୋଇଛନ୍ତି । ଖ୍ରୀ.ପୂ. ପ•ମ ଶତାବ୍ଦୀରେ ମାତ୍ର ଦଶ ବର୍ଷ ବୟସରେ ପୂଜ୍ୟ ଶଙ୍କରାଚାର୍ଯ୍ୟ ମାଆପୁଅର ଅତୁଟ ମୋହ ଓ ମମତାର ଡୋରିକୁ ଚତୁରତାର ସହିତ ଛିଣ୍ଡାଇ ପରିବ୍ରାଜକ ଭାବେ ସମଗ୍ର ଭାରତବର୍ଷର କୋଣ ଅନୁକୋଣକୁ ଭ୍ରମଣ କରିଥିଲେ । ଦେଶରେ ପ୍ରଚଳିତ ତଥାକଥିତ ଜାତିଗତ, ଭାଷାଗତ, ପ୍ରାଦେଶିକ ଭାବଗତ ତଥା ବିଭିନ୍ନ ଉପାସନା ପଦ୍ଧତି ପରି ସମସ୍ତ ପ୍ରକାରର ଭେଦ ଭାବରୁ ଉଦ୍ଧ୍ୱର୍ରେ ରହି ଆମେ ସମସ୍ତେ ଭାରତୀୟ, ଆମେ ସମସ୍ତେ ଭାରତମାତାର ସନ୍ତାନ ପରି ଏକ ମହାଭାରତୀୟ ଭାବକୁ ଜାଗ୍ରତ କରିବା ପାଇଁ ସେ ଅନେକ ଅଭିନବ ପଦ୍ଧତି ପ୍ରୟୋଗ କରି କାଳଜୟୀ ହୋଇଛନ୍ତି । ଆମେ ସବୁ ଜାଣିଥିବା, ରାମାୟଣ

କାଳରେ ରାଜା ମହାରାଜାଙ୍କ କ•ର୍ବ୍ୟର ଅବହେଳା ତଥା ସାଧାରଣ ଜନପଦକୁ ଯିବା ଆସିବା କମିଯିବା କାରଣରୁ ଭାରତବର୍ଷର ଉପାନ୍ତ ଅ•ଳ ତାଡକା, ସୁବାହୁ ଓ ମାରୀଚ ପରି ରାକ୍ଷସ-ରାକ୍ଷସୀ ବା ଆତଙ୍କବାଦୀମାନଙ୍କ (ଞରକ୍ସକ୍ସକ୍ଟକ୍ସସଗ୍ଦଗ୍ଧ) ପେଣ୍ଠସ୍ଥଳ ହୋଇ ଉପାନ୍ତ ଅ•ଳର ଧନଜୀବନ ବି ର୍ଯ୍ୟସ୍ତ ହୋଇ ପଡୁଥିଲା । ଆଧୁନିକ ଭାରତର ଅବସ୍ଥା ସେପରି ନ ହୋଇଯାଉ  । ତେଣୁ ଦୂରଦ୍ରଷ୍ଟା ପୂଜ୍ୟ ଆଦି ଶଙ୍କାରାଚାର୍ଯ୍ୟ ଭାରତର ଚାରି ଦିଗରେ ଚାରଟି ବ୍ରହ୍ମଲୀନ ପୂଜ୍ୟ ଜୟେନ୍ଦ୍ର ସରସ୍ୱତୀ
- ସୀମା•ଳ ଖଟୁଆ - ଧାମ ଯଥା ପୂର୍ବରେ ଜଗନ୍ନାଥ ଧାମ (ପୁରୀ), ପଶ୍ଚିମରେ ଦ୍ୱାରକାଧାମ (ଗୁଜରାଟ), ଉ•ରରେ ବଦ୍ରିନାଥ ଓ ଦକ୍ଷିଣରେ ର । େ ମ ଶ ୍ୱ ର ମ ୍ (ତାମିଲନାଡୁ) ପ୍ରତିଷ୍ଠା କରି ଚାରିଧାମର ବ୍ୟବସ୍ଥା ପ୍ରଚଳିତ କରିଥିଲେ । ଭଗବାନ ବିଷ୍ଣୁ ବଦ୍ରିନାଥରେ ସ୍ନାନ କରି ଦ୍ୱାରକାରେ ବେଶ ହେଉଥିଲେ । ପୁରୀଠାରେ ଛପନ କୋଟି ଭୋଗ ଗ୍ରହଣ କରି ଦକ୍ଷିଣ ଦିଗ ସମୂଦ୍ର କୂଳରେ ଥିବା ରାମେଶ୍ୱର ଠାରେ ଶୟନ କରିବା ନାମରେ ପ୍ରତିଦିନ ଭାରତ ଭ୍ରମଣ କରିଥାନ୍ତି । କେଉଁ ଅ•ଳରେ ସ୍ନାନ କରିବା ମହ•୍ୱ ଅଛି ତ କେଉଁ ଅ•ଳରେ ପୋଷାକ ପିନ୍ଧିବାର ମହ•୍ୱ ଅଛି ଆଉ କେଉଁଠାରେ ଖାଦ୍ୟର ମହ•୍ୱ ତ ଆଉ କେଉଁଠାରେ ଶୟନର ମହ•୍ୱକୁ ପ୍ରତିାଦନ କରାଯାଇଅଛି । ଆ•ଳିକ ଭେଦଭାବକୁ ଦୂର କରିବାକୁ ଯାଇ ସେ ଏପରି ଏକ ଭବ୍ୟ- ଦିବ୍ୟ ଅଭିନବ ପଦ୍ଧତିକୁ ବିକଶିତ କରିଥିଲେ । ଚାରିଧାମ ଯାତ୍ରା କଲେ ପୁଣ୍ୟ ହେବ । ପିତୃୁରୁଷ ଉଦ୍ଧାର ହେବେ । ଉ•ରରେ ଥିବା ଗଙ୍ଗାରୁ ଜଳ ଆଣି ଦକ୍ଷିଣରେ ଥିବା ରାମେଶ୍ୱର ଶିବଲିଙ୍ଗକୁ ଅଭିଷେକ କଲେ ପୁଣ୍ୟ ମିଳିବ ।
ଗଙ୍ଗାରେ ସ୍ନାନ ଓ ପିତୃୁରଷଙ୍କ ଅସ୍ଥି ବିସର୍ଜନ କଲେ ପୁଣ୍ୟ ମିଳିବା ସହ ପିତୃୁରୁଷ ଉଦ୍ଧାର ହେବେ । ଏହିପରି ଏକ ମହାଜାଗତିକ ଭାବକୁ ପରିପୁଷ୍ଟ କରିବା ପାଇଁ ଭାରତୀୟମାନେ ତୀର୍ଥଯାତ୍ରା କରିଥାନ୍ତି । ଏହି ଯାତ୍ରା ପାଇଁ ନା ଭାଷାର ପ୍ରତିବନ୍ଧକ ନା
ଖାଦ୍ୟର ପ୍ରତିବନ୍ଧକ ଅଛି ନା ଦୁର୍ଗମ ନା ରାସ୍ତାର ପ୍ରତିବନ୍ଧକ ଥିଲା । ଏ ସମସ୍ତ ମଧ୍ୟରେ ଗୋଟିଏ ଭାବ ଥିଲା ତାହା ହେଉଛି ହିନ୍ଦୁତ୍ୱ  । ଏ ହିନ୍ଦୁତ୍ୱ ଭାବ ହିଁ ସମସ୍ତ ଭାରତବାସୀଙ୍କୁ ଏ ପର୍ଯ୍ୟନ୍ତ ଏକତା ପାଶରେ ବାନ୍ଧି ରଖିବାରେ
ସମର୍ଥ ହୋଇପାରିଛି ।

12/03/2018