Samvadsetu News

ଭାଙ୍ଗିଗଲା ଚତୁର୍ଥ ସ୍ତମ୍ଭ ! ଭୁଶୁଡ଼ିବ ଗଣତନ୍ତ୍ର !!

 ଆଗାମୀ ଏପ୍ରିଲ ମାସରେ ଓଡ଼ିଶାରୁ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ୩ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେମାନେ ହେଲେ ପ୍ରଶାନ୍ତ ନନ୍ଦ, ଅଚ୍ୟୁତ ସାମନ୍ତ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକ । ଶ୍ରୀଯୁକ୍ତ ନନ୍ଦ ଏବଂ ସାମନ୍ତଙ୍କ ପାଇଁ ସେମିତି ଆଶ୍ଚର୍ଯ୍ୟର କିଛି କାରଣ ନାହିଁ । କାରଣ ପ୍ରଶାନ୍ତ ନନ୍ଦ ଆଗରୁ ବିଜେଡ଼ିରେ ଥିଲେ ଏବଂ ଅଚ୍ୟୁତ ସାମନ୍ତ ଆଦୌ ରାଜନୀତିରେ ନଥିଲେ । କିନ୍ତୁ ସୌମ୍ୟ ବାବୁଙ୍କୁ ବିଜେଡ଼ିରେ ସାମିଲ କରି ଅଳ୍ପ କେଇଘ•ା ମଧ୍ୟରେ ତାଙ୍କୁ ରାଜ୍ୟସଭା ପାଇଁ ଟିକେଟ୍ଦେ ବା ସାଧାରଣରେ ବହୁ କଳ୍ପନା ଜଳ୍ପନାକୁ ଜନ୍ମ ଦେଇଛି ।

                                                                   ସାଧାରଣତଃ ସୌମ୍ୟବାବୁ ନବୀନ ବାବୁଙ୍କ ଘୋର ବିରୋଧୀ ଭାବରେ ଜଣାଶୁଣା । ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବା ଠାରୁ ତାଙ୍କର ଓଡ଼ିଆ ଭାଷା ନଶିଖିବାବିଷୟରେ ଯଦି ବେଶୀ କିଏ ବିରୋଧ କରିଥାନ୍ତି, ତାହା ହେଲେ ସେ ହେଉଛନ୍ତି ସୌମ୍ୟ ବାବୁ । ଚିଟ୍ ଫଣ୍ଡ୍ ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରସଙ୍ଗ ହେଉ କିମ୍ବା କୃଷକମାନଙ୍କ ବିଭିନ୍ନ ସମସ୍ୟା ପ୍ରସଙ୍ଗ ହେଉ ସବୁଠାରେ ସୌମ୍ୟ ବାବୁଙ୍କ ନାଁ ଆସେ । ଏହା ବ୍ୟତୀତ ଓଡ଼ିଶାବାସୀଙ୍କ ସାଧାରଣ ସମସ୍ୟା ନେଇ କୌଣସି ଆନ୍ଦୋଳନ ହେଲେ ସେସବୁ ଆନ୍ଦୋଳନର ଆଗ ଧାଡ଼ିରେ ତାଙ୍କୁ ଦେଖିବାକୁ ମିଳେ । କେବଳ ସୌମ୍ୟବାବୁ ନୁହଁନ୍ତି, ତାଙ୍କର ମାଲିକାନାରେ ଚାଲିଥିବା ଗଣମାଧ୍ୟମ ସଂସ୍ଥା ମଧ୍ୟ ସରକାରଙ୍କର ଜନବିରୋଧୀ କାର୍ଯ୍ୟକୁ ଜୋରଦାର ବିରୋଧ କରେ । ଦୁର୍ଗମ ଅ•ଳର ସମସ୍ୟାକୁ ଅତି ନିଖୁଣ ଭାବରେ ପରିବେଷଣ କରି ସରକାରଙ୍କର ଛଦ୍ମ ବିକାଶର ପର୍ଦ୍ଦାଫାଶ କରେ । ଗୋଟିଏ ପଟେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଗୋଷ୍ଠୀ କନ୍ଦଳରେ ଲିପ୍ତ ରହି ସରକାରଙ୍କୁ ବିରୋଧ କରିବାରେ ବିଫଳ ହେଉଥିବାବେଳେ ସେ ସମୟରେ ସୌମ୍ୟବାବୁ ଏବଂ ତାଙ୍କର ଗଣମାଧ୍ୟମ ସଂସ୍ଥା ଠିକ୍ ବିରୋଧୀ ଦଳର କାର୍ଯ୍ୟ କରୁଥିଲେ । ବୋଧହୁଏ ସୌମ୍ୟବାବୁଙ୍କର ଏପରି କାର୍ଯ୍ୟ ପାଇଁ ଖଣ୍ଡପଡ଼ାବାସୀ ତାଙ୍କୁ ଗତ ବିଧାନସଭା ନିର୍ବାଚନରେ ବିୁଳ ସମର୍ଥନ କରିଥିଲେ । ଅବଶ୍ୟ ଅଳ୍ପ ଭୋଟ୍ରେ ସେ ପରାଜିତ ହୋଇଥିଲେ । କିନ୍ତୁ ସୌମ୍ୟବାବୁ ବିଜେଡ଼ି ତରଫରୁ ରାଜ୍ୟସଭା ସାଂସଦ ହେବା ପରେ ଓଡ଼ିଶା ରାଜନୀତିରେ ଏକ ରାଜନୈତିକ ସଂକଟ ସୃଷ୍ଟି ହେବ । କାରଣ ଆଗ ଭଳି ସୌମ୍ୟବାବୁ ବା ତାଙ୍କ ଗଣମାଧ୍ୟମ ସଂସ୍ଥା ନବୀନ ସରକାରଙ୍କୁ ସମାଲୋଚନା କରି ପାରିବ ନାହିଁ । ଲୋକମାନଙ୍କର ସାଧାରଣ ସମସ୍ୟାରେ ଯଦି ବିଜେଡ଼ିକୁ ରାଜନୈତିକ ଦୃଷ୍ଟିରୁ ସମସ୍ୟା ଭୋଗିବାକୁ ପଡ଼େ ତାହାହେଲେ ସେ ଖବର ମଧ୍ୟ ଆଉ ପରିବେଷଣ ହେବ ନାହିଁ । ଯଦି ହେବ ତାହା ମାପିଚୁି କରାଯିବ । ସରକାରରେ ଥିବା ବିଜୁ ଜନତା ଦଳ ଏବଂ ଏହାର ତୃଣମୂଳ ସ୍ତରର କର୍ମୀଙ୍କ ଠାରୁ ମୁଖ୍ୟ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କର ଯେଉଁ ଭୟ ଥିଲା, ତାହା ପ୍ରାୟ ଆଉ ରହିବ
ନାହିଁ । ମୋଟ ଉପରେ କହିବାକୁ ଗଲେ ସରକାରଙ୍କ ଏକଛତ୍ରବାଦୀ ଚିନ୍ତାଧାରାକୁ ନିୟନ୍ତ୍ରଣ କରିବାରେ ସୌମ୍ୟବାବୁଙ୍କ ଅବଦାନ ଅତୁଳନୀୟ ଥିଲା ।

26/03/2018