Samvadsetu News

ଭୋଟ ପାଇଁ ସାମାଜିକ ଏକତାକୁ ଦୁର୍ବଳ କରିବା ଅପଚେଷ୍ଟାରେ କଂଗ୍ରେସ

 ‘ପ•ତନ୍ତ୍ର’ର ଏକ କାହାଣୀ ଅନୁସାରେ- ଜଣେ ବ୍ୟକ୍ତି ଦରଜୀକୁ ପଗଡ଼ିରେ ଛୁ•ି ଓ ପାଦ ତଳେ କଇ•ି ରଖିବା ନେଇ ପ୍ରଶ୍ନ କରିବାରୁ ଉ•ର ମିଳିଛି, ଛୁ•ି ଯେହେତୁ ସିଲେଇ କରୁଛି ଅର୍ଥାତ୍ ଯୋଡ଼ୁଛି ତେଣୁ ତାକୁ ସମ୍ମାନ ଦିଆଯାଇ ମୁଣ୍ଡ ଉପରେ ପଗଡ଼ିରେ ସ୍ଥାନ ଦିଆଯାଇଛି  । ମାତ୍ର କଇ•ି କାଟିବା ବା ବିଭାଜନ କରିବା କାମ କରୁଛି, ତେଣୁ ତାକୁ ପାଦ ତଳେ ରଖାଯାଇଛି  ।

                   କଂଗ୍ରେସ ଆଜି ରାହୁଳ-ସୋନିଆଙ୍କ ନେତୃତ୍ୱରେ କଇ•ି ଭୂମିକାରେ ଅବତୀର୍ଣ୍ଣ ହୋଇଛି  । ଦଳ ପକ୍ଷରୁ ମତ (ଭୋଟ୍) ପାଇଁ ମନଭେଦ ସୃଷ୍ଟି କରିବାର ଚେଷ୍ଟା କରାଯାଉଛି  । ହିନ୍ଦୁତ୍ୱରେ ଥିବା ବିବିଧତାକୁ ବିଭାଜନର ଆଧାର କରାଯାଉଛି  । ଯୁଗ ଯୁଗ ଧରି ଶିବଭକ୍ତ ଲିଙ୍ଗାୟତ ବା ବୀରଶୈବ ସମ୍ପ୍ରଦାୟ ବିଶାଳ ହିନ୍ଦୁ ସମାଜର ଅଭିନ୍ନ ଅଙ୍ଗ ହୋଇ ରହି ଆସିଥିଲେ ମଧ୍ୟ ଏବେ କଂଗ୍ରେସର ବିଭାଜନକାରୀ କଇ•ି ଏହି ସମ୍ପ୍ରଦାୟକୁ ହିନ୍ଦୁତ୍ୱର ମୁଖ୍ୟଧାରା ଠାରୁ କାଟି ବିଚ୍ଛିନ୍ନତାର ବାତାବରଣ ନିର୍ମାଣ କରିବା ଚକ୍କରରେ ଅଛି  । କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକର ସିଦ୍ଧରମୈୟା ସରକାର ହିନ୍ଦୁ ସମାଜର ଅଭିନ୍ନ ଅଙ୍ଗ ଲିଙ୍ଗାୟତ ବା ବୀରଶୈବ ସମ୍ପ୍ରଦାୟକୁ ହିନ୍ଦୁ ସମାଜରୁ ଭିନ୍ନ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ମାନ୍ୟତାଦେବାର  ନିଷ୍ପ•ି ନେଇ ଏହାର ସୁ ।ରିଶ କେନ୍ଦ୍ର ସରକାରଙ୍କ ନିକଟରେ କରିଛି  । କଂଗ୍ରେସ ବିଚ୍ଛିନ୍ନତାର ମଞ୍ଜିକୁ ଖତ-ପାଣି ଦେଇ ବିଷବୃକ୍ଷର ରୂପ ଦେବା ପରେ ଏଥିରୁ ବିଭାଜନର ଫଳ ଚାଷ କରିବା ମତଲବରେ ଅଛି  । ଯଦି ବିଭାଜନ ଓ ବିଚ୍ଛିନ୍ନତାର ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରାନଯାଏ ତେବେ ଭବିଷ୍ୟତରେ ଏଥିାଇଁ ବହୁତ ମୂଲ୍ୟ ଦେବାକୁ ପଡ଼ି ।ରେ  ।
                   ବୀରଶୈବ ବା ଲିଙ୍ଗାୟତ ହିନ୍ଦୁତ୍ୱ ଅନ୍ତର୍ଗତ ଏକ ସମ୍ପ୍ରଦାୟ ରୂପେ ଦକ୍ଷିଣ ଭାରତରେ ପ୍ରଚଳିତ ଏକ ମତ-ପନ୍ଥ ବା ସମ୍ପ୍ରଦାୟ  । ଲିଙ୍ଗାୟତ କନ୍ନଡ଼ ଶବ୍ଦ ‘ଲିଙ୍ଗବନ୍ତ’ରୁ ଆସିଛି  । ଏହି ସମ୍ପ୍ରଦାୟର ଅନୁଗାମୀମାନେ ମୁଖ୍ୟତଃ ପ•ପର୍ଯ୍ୟଗଣ ଓ ବସବେଶ୍ୱରଙ୍କ ଶିଷ୍ୟ  । ବୀରଶୈବର ଶାବ୍ଦିକ ଅର୍ଥ ଶିବଙ୍କ ପରମ ଭକ୍ତ  । ଶିବ ଯେ ହିନ୍ଦୁ ଧର୍ମର ଜଣେ ଦେବତା ଏଥିରେ ସନ୍ଦେହ କରିବାର ନାହିଁ  । ବ୍ରହ୍ମା ଓ ବିଷ୍ଣୁଙ୍କ ସହ ଶିବଙ୍କୁ ନେଇ ତ୍ରିମୂ•ିର୍ର ଅବଧାରଣା କରାଯାଇଛି; ଯେଉଁମାନେ ସୃଷ୍ଟି, ସ୍ଥିତି ଓ ଲୟର ପ୍ରତୀକ  । ଶିବଙ୍କୁ ଦେବଙ୍କ ଦେବ ମହାଦେବ ବୋଲି କୁହାଯାଏ  । ତେଣୁ ଶିବଙ୍କ ଉପାସକ ବା ଶୈବମାନେ ହିନ୍ଦୁ ଧର୍ମରୁ ଅଲଗା କିରି ହୋଇ ପାରିବେ ?
                   ଦ୍ୱାଦଶ ଶତାବ୍ଦୀର ବସବେଶ୍ୱର ବୀରଶୈବ ସମ୍ପ୍ରଦାୟର ପ୍ରତିଷ୍ଠା କରିଥିଲେ  । ତାଙ୍କର ଲକ୍ଷ୍ୟ ଥିଲା ଏପରି ଏକ ଆଧ୍ୟାତ୍ମିକ ସମାଜ ନିର୍ମାଣ କରିବା; ଯେଉଁଥିରେ ଜାତି- ପନ୍ଥ କିମ୍ବା ସ୍ତ୍ରୀ-ପୁରୁଷର ଭେଦଭାବ ନଥିବ  । ସେ କର୍ମକାଣ୍ଡ ଆଡ଼ମ୍ବରର ବିରୋଧୀ ଥିଲେ ଓ ମାନସିକ ପବିତ୍ରତା ତଥା ଭକ୍ତି ସାଧନା ଉପରେ ଗୁରୁତ୍ୱ ଦେଉଥିଲେ  । ସମୟକ୍ରମେ ବୀରଶୈବଙ୍କ ତ•୍ୱଜ୍ଞାନ, ଦର୍ଶନ, ସାଧନା, ସାମାଜିକ ସାଧନ, ଆଚରଣ-ନିୟମ ଅନ୍ୟ ସମ୍ପ୍ରଦାୟ ଠାରୁ ଭିନ୍ନ ହୋଇଛି  । ସେମାନଙ୍କ ତ•୍ୱଜ୍ଞାନ, ଦର୍ଶନ ଆଦିର ସମୀକ୍ଷା କଲେ ଏହା କୌଣସି ଦୃଷ୍ଟିରୁ ହିନ୍ଦୁତ୍ୱ ଠାରୁ ଅଲଗା ନୁହେଁ  । କେତେକ ତର୍କ ଦିଅନ୍ତି ଯେ ଲିଙ୍ଗାୟତମାନେ ବୈଦିକ ସଂସ୍କୃତିରେ ବିଶ୍ୱାସ କରନ୍ତି ନାହିଁ, ମାତ୍ର ସେମାନେ ମନେ ରଖିବା ଉଚିତ ଯେ ହିନ୍ଦୁଧର୍ମରେ ବୈଦିକ ସଂସ୍କୃତିକୁ ମାନିବାର କୌଣସି ବାଧ୍ୟତା ନାହିଁ  । ବେଦ, ବୈଦିକ ସଂସ୍କୃତି, ଏପରିକି ଈଶ୍ୱରଙ୍କୁ ମାନୁନଥିବା ବ୍ୟକ୍ତି ମଧ୍ୟ ହିନ୍ଦୁ ହୋଇ ରହି ପାରିବେ  । ଲିଙ୍ଗାୟତ ବା ବୀରଶୈବ ସମ୍ପ୍ରଦାୟକୁ ହିନ୍ଦୁଧର୍ମରୁ ଅଲଗା ଏକ ସ୍ୱତନ୍ତ୍ରଧର୍ମମାନିବା ପଛରେ କେବଳ ରାଜନୈତିକ ଚାଲବାଜି କାମ କରୁଛି  । ଦେଶରେ ଚାଲିଥିବା ସଂଖ୍ୟାଲଘୁବାଦ ହିଁ ଶିଖ, ବୌଦ୍ଧ, ଜୈନ, ଆର୍ଯ୍ୟସମାଜୀମାନଙ୍କୁ ଯେପରି ହିନ୍ଦୁ ଧର୍ମରୁ ଅଲଗା ଭାବିବା ପାଇଁ ପ୍ରେରଣା ଦେଉଛି ଲିଙ୍ଗାୟତମାନଙ୍କୁ ହିନ୍ଦୁ ଧର୍ମରୁ ଅଲଗା କରିବାର କଂଗ୍ରେସ ସରକାରଙ୍କ ସୁାରିଶ ପଛରେ ସେହି ରାଜନୀତିର ଖେଳ ରହିଛି  । କଂଗ୍ରେସ ଅଧ୍ୟକ୍ଷ ନିଜକୁ ଶିବଭକ୍ତ ବୋଲାଉଛନ୍ତି; ଅଥଚ ଶିବଭକ୍ତ ସମାଜର ମୂଳଦୁଆ ଉପରେ ପ୍ରହାର କରୁଛନ୍ତି  ।
                   ସମାଜକୁ ଭାଙ୍ଗି ସାମାଜିକ ଏକତାକୁ ବିପନ୍ନ କରିବାରେ କଂଗ୍ରେସର ଦୁଷ୍ଟାମି କେବଳ ଏତିକିରେ ସୀମିତ ନୁହେଁ  । କଂଗ୍ରେସ ଭଲଭାବେ ଜାଣିଛି ହିନ୍ଦୁତ୍ୱ ହେଉଛି ବିଜେପିର ପ୍ରାଣଶକ୍ତି  । ଯଦି ହିନ୍ଦୁତ୍ୱ ଓ ହିନ୍ଦୁ ଏକତା ବିଭାଜିତ ହେବ ତେବେ ବିଜେପି ଦୁର୍ବଳ ହେବ  । ତେଣୁ ରାଜନୈତିକ ସ୍ତରରେ ବିଜେପିକୁ ମାତ୍ ଦେବା ପାଇଁ ଏହା ଜାତି, ସମ୍ପ୍ରଦାୟ ଭି•ିରେ ହିନ୍ଦୁସମାଜକୁ ଖଣ୍ଡ ଖଣ୍ଡ କରିବାର ଚାଲ୍ ଖେଳୁଛି  । ଯେବେ ଯେବେ ହିନ୍ଦୁ ସମାଜ ଜାତି, ମତ-ପନ୍ଥ, ଭାଷା, ପ୍ରାନ୍ତ ଭେଦରୁ ଊଦ୍ଧ୍ୱର୍କୁ ଉଠିଛି ଓ ବୃହ•ର ହିନ୍ଦୁ ଏକତା ପ୍ରତିଷ୍ଠିତ ହୋଇଛି ସେବେ ସେବେ ଏହାର ରାଜନୈତିକ ଫାଇଦା ବିଜେପି ପାଇଛି ଓ ଶାସନ କ୍ଷମତାରେ ଅଧିଷ୍ଠିତ ହୋଇଛି  । ଏହାର ପ୍ରକୃଷ୍ଟ ଉଦାହରଣ ହେଉଛି ରାମଜନ୍ମଭୂମି ଆନ୍ଦୋଳନ  । ଏହି ଆନ୍ଦୋଳନ ଚରମ ଅବସ୍ଥାରେ ଥିବା ବେଳେ ବିଜେପି ନିର୍ବାଚନରେ ବିଜୟଲାଭ କରିଛି  ।

16/04/2018