Samvadsetu News

ମମତାଙ୍କ ବଙ୍ଗଭୂମିରେ ଗଣମାଧ୍ୟମର ହିନ୍ଦୁ ବିଦ୍ୱେଷ ଆଉ କେତେ ଦିନ ?

 କିଛି ଦିନ ପୂର୍ବେ ଭାରତର ଜଣେ ବରିଷ୍ଠ ସାମ୍ବାଦିକ ମତବ୍ୟକ୍ତ କରିଥିଲେ ଯେ ‘ସଂପ୍ରତି ପଶ୍ଚିମବଙ୍ଗର ତଥାକଥିତ ବୁଦ୍ଧିଜୀବୀ ଓ ମିଡିଆ ଅଟୋ-ଇମ୍ୟୁନ୍ ରୋଗରେ ଆକ୍ରାନ୍ତ ।’ ଚିକିତ୍ସା ବିଜ୍ଞାନ ଅନୁସାରେ ଏହା ଏପରି ଏକ ରୋଗ; ଯେଉଁଥିରେ ଶରୀରର ରୋଗ ପ୍ରତିରୋଧକ ତନ୍ତ୍ର (ଓଜ୍ଞଜ୍ଞଙ୍କଦ୍ଭର ଝଚ୍ଚଗ୍ଦଗ୍ଧରଜ୍ଞ) ଶରୀରର କୋଶିକା ଉପରେ ଆକ୍ରମଣ କରନ୍ତି ଓ ଏହାର ଫଳ ସ୍ୱରୂଅଙ୍ଗପ୍ରତ୍ୟଙ୍ଗ ବ୍ୟାଧିଗ୍ରସ୍ତ ହୁଅନ୍ତି । ଅନେକ କ୍ଷେତ୍ରରେ ଏ ରୋଗ ବ୍ୟକ୍ତିକୁ ଏତେ ପରିମାଣରେ ସମ୍ବେଦନହୀନ କରିଦିଏ ଯେ ସେ ସାମାନ୍ୟତମ ମାନବୀୟ ସମ୍ବେଦନାକୁ ମଧ୍ୟ ହୃଦୟଙ୍ଗମ କରି ।ରେ ନାହିଁ । ଏହି କାରଣରୁ ପଶ୍ଚିମବଙ୍ଗର ତଥାକଥିତ ଉଦାରବାଦୀ ବୁଦ୍ଧିଜୀବୀ ଓ ମିଡିଆ ହିନ୍ଦୁ ନାରୀଙ୍କ ସହ ଘଟିତ ଅପରାଧରେ ପକ୍ଷାଘାତ ରୋଗଗ୍ରସ୍ତ ହୋଇଯାଆନ୍ତି ବା କଳା ମୋତିଆବିନ୍ଦୁର ଶିକାର ହୋଇ ଯାଆନ୍ତି । ଅଣିମା ସରକାରଙ୍କର ଦୃଷ୍ଟାନ୍ତ ନିଆଯାଉ । କଲେଜ ଛାତ୍ରୀ ଅଣିମା ସରକାର ମାସ ମାସ ଧରି ଗଣଦୁଷ୍କର୍ମର ଶିକାର ହୋଇଥିଲେ ଓ ପରିଶେଷରେ ସେ ମରଣକୁ ବରଣ କରିବାକୁ

ବାଧ୍ୟ ହୋଇଥିଲେ । ଏପରି ଏକ ଘଟଣାରେ ମଧ୍ୟ ଉପରୋକ୍ତ ତ•୍ୱଙ୍କର ଦୋମୁହାଁନୀତି ସେମାନଙ୍କର ଅଟୋ ଇମ୍ୟୁନ୍ ରୋଗର ପ୍ରଭାବ ରୂପେ ଦେଖାଯାଏ ।
                                                    କିଛି ସପ୍ତାହ ପୂର୍ବର ଘଟଣା । ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ବୋଲପୁର କ୍ଷେତ୍ରରେ ଜଣେ ରିକ୍ସାଚାଳକ ଗୋପାଳ ସରକାରଙ୍କର ୨୨ ବର୍ଷୀୟା କନ୍ୟା ଅଣିମା ସରକାର ବୋଲପୁର କଲେଜର ବି.ଏ.
ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ଗୋପାଳ ସରକାର ଅନୁସୂଚିତ ଜାତିର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ତାଙ୍କୁ ଗୋଟିଏ ବାସଗୃହ ଆବ•ିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମସ୍ତ ଧନରାଶିକୁ କ୍ଷମତାସୀନ ତୃଣମୂଳ କଂଗ୍ରେସ ପାର୍ଟିର ତନ୍ତ୍ର ଜରିଆରେ ମଞ୍ଜୁର କରାଯାଇଥାଏ । ଏହି ଯୋଜନାର ଠିକା କେବଳ ତୃଣମୂଳ କଂଗ୍ରେସ ପାର୍ଟିର ଠିକାଦାରଙ୍କୁ ହିଁ ମିଳିଥାଏ ଓ ଘରବାଡ଼ି ନିର୍ମାଣର ଠିକା ମଧ୍ୟ ଏଇ ପାର୍ଟିର କ୍ୟାଡର୍ଙ୍କୁ (ଦାଦା ପାର୍ଟି) ହିଁ ଦିଆଯାଇଥାଏ । ଏଇ ଯୋଜନାର ଅନ୍ତର୍ଗତ ଗୋପାଳ ସରକାରଙ୍କୁ ଆବ•ିତ ନିବାସର ନିର୍ମାଣ କାର୍ଯ୍ୟ ପାଇଁ ନିୟୋଜିତ ଠିକାଦାର ଗତ ସେପ୍ଟେମ୍ବର ମାସରେ ଶେଖ୍ ହଫିଦୁଲ୍ ନାମକ ଜଣେ ଶ୍ରମିକଙ୍କୁ କାର୍ଯ୍ୟଭାର ନ୍ୟସ୍ତ
କରିଥିଲେ ।
              ଦିନକର କଥା । ଗୋପାଳ ସରକାଦ୍ର କନ୍ୟା ଅଣିମା ସ୍ନାନ କରୁଥିବା ସମୟରେ ଓର ଉଣ୍ଡି ଶ୍ରମିକ ହଫିଜୁଲ୍ ଲୁଚିଛପି ତାହାର ଭିଡ଼ିଓ ରେକର୍ଡିଂ କରିଦେଲା । ତାହା ପରେ ସେ ଅଣିମାକୁ ଧମକାଇବାକୁ ଲାଗିଲା ଯେ ତାର କଥା ନମାନିଲେ ସେ ଏ ଭିଡ଼ିଓକୁ ଇ•ରନେଟ୍ରେ ଅପଲୋଡ୍ କରିଦେବ । ଇଂରାଜୀରେ ଏହାକୁ ବ୍ଲାକ୍ ମେଲିଂ କୁହାଯାଏ । ମୁସଲମାନ ଶ୍ରମିକ ଜଣକ ଏହାପରେ ନିୟମିତ ରୂପେ ଅଣିମା ସରକାରଙ୍କ ସହ ଦୁଷ୍କର୍ମରେ ଲିପ୍ତ ରହିଲା ଓ କିଛି ଦିନ
ପର୍ଯ୍ୟନ୍ତ ଏହା ଚାଲୁ ରହିଲା । ଧମକରେ ଭୟଭୀତ ଅଣିମା ମୁହଁ ବନ୍ଦ ରଖିବାକୁ ବାଧ୍ୟ ଥିଲା । ନିଜେ ନିୟମିତ ଦୁର୍ଷ୍କମରେ ଲିପ୍ତ ରହିବା ପରେ ହଫିଜୁଲ୍ ଏ ଗର୍ହିତ କାର୍ଯ୍ୟରେ ତାହାର କିଛି ସାଥୀଙ୍କୁ ବି ସାମିଲ କରିଦେଲା । ଅନେକ ଦିନ ପର୍ଯ୍ୟନ୍ତ ଏମାନେ ଅଣିମାକୁ ଡରାଇ ଧମକାଇ ତାହା ସହ ଗଣ ଦୁଷ୍କର୍ମରେ ଲିପ୍ତ ରହିଲେ । ଏହା ଅସହ୍ୟ ହେବାରେ ଝିଅଟି ପରିଶେଷରେ ଆତ୍ମହତ୍ୟାର ମାର୍ଗକୁ ବାଛିନେଲା । ୨୦୧୭ ଡିସେମ୍ବର ୯ ତାରିଖ ଦିନ ସେ ନିଜ ଶରୀରରେ ଅଗ୍ନି ସଂଯୋଗ
କରିଦେଲା ଓ ଗୁରୁତର ଅବସ୍ଥାରେ ତାକୁ ବର୍ଦ୍ଧମାନ ମେଡିକାଲ କଲେଜ ହସ୍ିଟାଲରେ ଭ•ିର୍ କରାଗଲା । ସେଠାରୁ ତାକୁ ପୁନଃ କଲିକତା ମେଡିକାଲ୍ କଲେଜ୍ ହସ୍ିଟାଲରେ ଭ•ିର୍ କରାଗଲା ।

02/04/2018