Samvadsetu News

ମାନବିକତା ବନାମ ରାଷ୍ଟ୍ରୀୟ ସୁରକ୍ଷା

 ମ୍ୟାଁମାରରେ ବୌଦ୍ଧ ଏବଂ ସେନା ଦ୍ୱାରା ଉତ୍ପୀଡ଼ିତ ହୋଇ ବାଙ୍ଗଲାଦେଶ ଓ ଭାରତବର୍ଷକୁ ମ୍ୟାଁମାରର ରାଖାଇନ୍ ପ୍ରଦେଶରୁ ରୋହିଙ୍ଗିଆ ମୁସଲମାନମାନଙ୍କ ସୁଅ ଛୁଟିଛି । ଭାରତକୁ ପ୍ରାୟ ୪୦,୦୦୦ ରୋହିଙ୍ଗିଆ ମୁସଲମାନ ପ୍ରବେଶ କରି ସାରିଛନ୍ତି । ଉଦ୍ବେଗର ବିଷୟ ଯେ ଏଥିରୁ ଅଧିକାଂଶ ସମ୍ବେଦନଶୀଳ ଜାମ୍ମୁ ଅ ଳରେ ବସବାସ କରୁଛନ୍ତି । ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି ମ୍ୟାଁମାରରେ ରୋହିଙ୍ଗିଆ ମୁସଲମାନମାନେ କାହିଁକି ଉପୀô ଡିତ ହେଉଛନ୍ତ ି ? ଦତି୍ୱ ୀୟ ବଶି ଯ୍ୱ ଦ୍ଧୁ ସମୟରେ ମ୍ୟାଁମାର ଇଂରେଜମାନଙ୍କ ଅଧୀନରେ ଥିଲା । ଜାପାନ ଯେତେବେଳେ ମ୍ୟାମାର ଉପରେ ଆକ୍ରମଣ କଲା ସେଠାରେ ସ୍ଥାନୀୟ ବୌଦ୍ଧମାନେ ସ୍ୱାଧୀନତା ପାଇବା ଆଶାରେ ଜାପାନୀମାନଙ୍କୁ ସମର୍ଥନ କଲେ ମାତ୍ର ଇଂରେଜମାନଙ୍କ ପ୍ରରୋଚନାରେ ରୋହିଙ୍ଗିଆ ମୁସଲମାନମାନେ ଇଂରେଜମାନଙ୍କ ସପକ୍ଷରେ ଗରିଲାଯୁଦ୍ଧରେ ବ୍ୟାପୃତ ହେଲେ । ସେହିଦିନ ଠାରୁ ସ୍ଥାନୀୟ ବୌଦ୍ଧ ଓ ରୋହିଙ୍ଗିଆମାନଙ୍କ ମଧ୍ୟରେ ମତଭେଦ ବଢିବାକୁ ଲାଗିଲା । ୧୯୪୭- ୪୮ରେ ରୋହିଙ୍ଗିଆମାନେ ଏକ ଗୃହଯୁଦ୍ଧ ଆରମ୍ଭ କରିଦେଲେ । ବିଚ୍ଛିନ୍ନତବାଦୀ କାର୍ଯ୍ୟକ୍ରମ ଆରମ୍ଭ କରି ରାଖାଇନ୍ ପ୍ରଦେଶକୁ ପୂର୍ବପାକିସ୍ଥାନ ସହିତ ମିଶାଇବା ପାଇଁ ଆନ୍ଦୋଳନ ଆରମ୍ଭ କଲେ । ସେହିଦିନଠାରୁ ରାଖାଇନରେ ରୋହିଙ୍ଗିଆମାନଙ୍କ ଦ୍ୱାରା ଅନ୍ତର୍ଘାତୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲା ।

୧୯୬୨ରେ ଜେନେରାଲ ନେ ଉଇନ୍ ସାମରିକ ବିଦ୍ରୋହ ଦ୍ୱାରା ମ୍ୟାଁମାରର ଶାସନ ଅକ୍ତିଆର କରିବା ପରେ ସ୍ଥିତି ଆହୁରି ଖରାପ ହେଲା । ଦେଶର ଖରାପ ପରିସ୍ଥିତି ପାଇଁ ନେ ଉଇନ୍ ରୋହିଙ୍ଗିଆ ମୁସଲମାନମାନଙ୍କୁ ଦାୟୀ କଲେ । ୧୯୮୨ର ଅନୁସାରେ ତାଙ୍କୁ ନାଗରିକତା ପ୍ରଦାନ କରାଗଲା ନାହିଁ । ମ୍ୟାଁମାରର ଯୁକ୍ତି ହେଲା ଯେ ରୋହିଙ୍ଗିଆମାନେ ୧୯୪୨ରେ ବାଙ୍ଗଲାଦେଶରୁ ବେଆଇନ ଭାବରେ ପ୍ରବେଶକରିଥିବାରୁ ସେମାନେ ମ୍ୟାଁମାରର ନାଗରିକ ନୁହଁନ୍ତି । ୨୦୧୬ ଅକ୍ଟୋବରରେ ଆରାକାନ୍ ରୋହିଙ୍ଗିଆ ସାଲ୍ଭେଶନ୍ ଆର୍ମି ର ମ୍ୟାଁମାର ସେନା କ୍ୟାମ୍ପ ଉପରେ ଆକ୍ରମଣ ପରେ ରୋହିଙ୍ଗିଆମାନଙ୍କ ଉପରେ ମ୍ୟାଁମାର ସେନାବାହିନୀ କାର୍ଯ୍ୟାନୁଷ୍ଠାନ ବଢିଗଲା । ୧୯୮୦ ଦଶକରୁ ରୋହିଙ୍ଗିଆ ବିଚ୍ଛିନ୍ନତାବାଦୀ ଧାରା ଇସ୍ଲାମର ରୂପ ନେଉଛି । ହରାକା-ଅଲ୍-ୟାକିନ୍  ହେଉଛି ଏହି ବିଚ୍ଛିନ୍ନତାବାଦୀ ଧାରାର ମୁଖ୍ୟ ସଙ୍ଗଠନ । ର ଏକ ରିପୋର୍ଟ ଅନୁସାରେ, ଏହି ସଙ୍ଗଠନ ମକ୍କା ଓ ମଦିନାରେ ଥିବା ରୋହିଙ୍ଗିଆ ଶରଣାର୍ଥୀଙ୍କ କୋଡ଼ିଏ ଜଣିଆ ଏକ ଦଳ ଦ୍ୱାରା ପରିଚାଳିତ । ଏମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ଥାନ ଓ ଆଫଗାନିସ୍ଥାନରେ ତାଲିମ ପାଇଛନ୍ତି । ମ୍ୟାଁମାରର ରାଖାଇନ୍ ପ୍ରଦେଶର ବିଚ୍ଛିନ୍ନତାବାଦୀମାନଙ୍କୁ ଏମାନେ ତାଲିମ ଦେଉଛନ୍ତି । ପଶ୍ଚିମ ଏସିଆ, ପାକିସ୍ଥାନ, ବାଙ୍ଗଲାଦେଶ ଏବଂ ଭାରତର ଶୁଭେଚ୍ଛୁମାନେ ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରଛି ନ୍ତି । ରାଖାଇନ୍ର ମୁଲ୍ଲାମାନେ ସଙ୍ଗଠନକୁ ସମର୍ଥନ କରୁଛନ୍ତ । ମତରେ ବ ର୍ମାନ ପରିସ୍ଥିତିରେ ମ୍ୟାଁମାର ସୁରକ୍ଷା କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଇସ୍ଲାମ ଅନୁସାରେ ବୈଧ ଏବଂ ଯେଉଁମାନେ ଏହାର ବିରୋଧ କରୁଛନ୍ତି ସେମାନେ ଇସ୍ଲାମକୁ ବିରୋଧ କରୁଛନ୍ତି ବୋଲି ଧରାଯିବ ।

ବ ର୍ମାନ ଭାରତବର୍ଷରେ ବାମପନ୍ଥୀ ବୁଦ୍ଧିଜୀବୀମାନେ ରୋହିଙ୍ଗିଆ ମୁସଲମାନମାନଙ୍କୁ ଦେଶରୁ ନ ତଡ଼ିବା ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି । ମାତ୍ର ଭାରତ ସରକାର ଭାରତରେ ଥିବା ୪୦,୦୦୦ ରୋହିଙ୍ଗିଆ ମୁସଲମାନମାନଙ୍କୁ ଦେଶରୁ ବହିଷ୍କାର କରିବା ସପକ୍ଷରେ ମତପ୍ରକାଶ କରିଛନ୍ତି । ସୁ ି୍ରମକୋର୍ଟରେ ଏକ ସତ୍ୟ ପାଠ ତା ୧୮.୯.୨୦୧୭ ଦିନ ପ୍ରଦାନ କରି ଭାରତ ସରକାର କହିଛନ୍ତି ଯେ ରୋହିଙ୍ଗିଆ ମୁସଲମାନମାନେ ଆତଙ୍କବାଦୀ ସଙ୍ଗଠନ ଇସ୍ଲାମିକ ଷ୍ଟେଟ୍ ଏବଂ ପାକିସ୍ଥାନର ଗୁପ୍ତଚର ୯ ଙମଗ୍ଧକ୍ଟଭରକ୍ସ -୨୦୧୭  ଠକ୍ଟକ୍ଷ-୫୪ ଘକ୍ଟ-୯୭ ସଂସ୍ଥା ଆଇ.ଏସ୍.ଆଇ ସହିତ ସଂପର୍କ ସ୍ଥାପନ କରିଥିବାରୁ ଏମାନଙ୍କୁ ଭାରତରେ ରଖିବା ଭାରତର ସୁରକ୍ଷା ପ୍ରତି ବି ଜ୍ଜନକ । ଏମାନଙ୍କ ଏହି ସଂପର୍କ ବିଷୟରେ ଭାରତବର୍ଷର ଗୁପ୍ତଚର ସଂସ୍ଥା ସରକାରଙ୍କୁ ରିପୋର୍ଟ ଦେଇ ସାରିଛି । ସତ୍ୟପାଠରେ ସରକାର କହିଛନ୍ତି ନିଜ ଦେଶର ନାଗରିକମାନଙ୍କ ସର୍ବନିମ୍ନ ସୁବିଧା ପୂରଣ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ତେଣୁ ଦେଶର ଧନ ଅବୈଧ ଅନୁ ୍ରବେଶକାରୀଙ୍କୁ ପୋଷିବାରେ ଖର୍ଚ୍ଚ ହେବା କଥା ନୁହେଁ ।

ବାସ୍ତବତାକୁ ଦୃଷ୍ଟିରେ ରଖି ବିଚାର କଲେ ରୋହିଙ୍ଗିଆ ମୁସଲମାନଙ୍କୁ ଭାରତବର୍ଷରେ ରଖିବା ଉଚିତ ହେବ ନାହିଁ । ତାର ବହୁବିଧ କାରଣ ଅଛି । ଏମାନେ ମ୍ୟାଁମାରର ରାଖାଇନ୍ ପ୍ରଦେଶରେ ବିଚ୍ଛିନ୍ନତାବାଦୀ ଗତିବିଧି ଚଳାଉଥିଲେ, ୨୦୧୬ ଅକ୍ଟୋବରରେ ରୋହିଙ୍ଗିଆ ଆତଙ୍କବାଦୀଗୋଷ୍ଠୀ ମ୍ୟାଁମାର ସୁରକ୍ଷାକର୍ମୀ ମାନଙ୍କୁ ଆକ୍ରମଣ କରି ଅନେକଙ୍କୁ ହତ୍ୟା କରିଥିଲେ । ଚଳିତ ବର୍ଷ ଅଗଷ୍ଟ ୨୫ ତାରିଖରେ ଏକ ପୋଲିସ ପୋଷ୍ଟ ଉପରେ ଆକ୍ରମଣ କରି ୧୨ ଜଣ ସ୍ଥାନୀୟ ପୋଲିସ କର୍ମୀଙ୍କୁ ହତ୍ୟା କରିଥିଲେ । ବ ର୍ମାନ ଭାରତବର୍ଷରେ ଥିବା ରୋହିଙ୍ଗିଆମାନଙ୍କୁ ଅଲ୍କାଏଦା ସଙ୍ଗଠନ ସନ୍ତ୍ରାସବାଦୀ ଓ ଜିହାଦୀ କାର୍ଯ୍ୟରେ ପ୍ରବୃ କରିବା ପାଇଁ ଚେଷ୍ଟା କରୁଛି । ଜାମ୍ମୁ କାଶ୍ମୀରରେ ଥିବା ସନ୍ତ୍ରାସବାଦୀମାନେ ମଧ୍ୟ ପାକିସ୍ଥାନର ପ୍ରରୋଚନାରେ ରୋହିଙ୍ଗିଆମାନଙ୍କୁ ଭାରତବିରୋଧରେ ସଂଗ୍ରାମ କରିବା ପାଇଁ ପ୍ରେରିତ କରୁଛନ୍ତି । ଜୁଲାଇ ୨୦୧୩ରେ ବିହାରର ବୋଧଗୟା ମନ୍ଦିର ଉପରେ ଆକ୍ରମଣ ସମେତ ତିନୋଟି ବଡ଼ ଆତଙ୍କବାଦୀ ଘଟଣାରେ ରୋହିଙ୍ଗିଆମାନଙ୍କ ହାତ ଥିବା ଜଣା ପଡ଼ିଛି । ର ମୁଖ୍ୟ ଜାକିର ମୂଷା ଧମକ ଦେଇଛି ଯେ ରୋହିଙ୍ଗିଆଙ୍କ ବିରୋଧରେ ଯେ ସଂଗ୍ରାମ କରିବ ତାକୁ ହତ୍ୟା କରାଯିବ । ଜାମ୍ମୁ କଶ୍ମୀରରେ ରୋହିଙ୍ଗିଆମାନଙ୍କ ବିରୋଧରେ ୧୭ଟ ି ଦଅି । ସରଛି ି । ପାକସି ।୍ଥନର ଲସ୍କର- ଇ-ତୋଇବା ରୋହିଙ୍ଗିଆମାନଙ୍କ ସହିତ ସଂପର୍କ ରକ୍ଷା କରିଛି । ମ୍ୟାଁମାରରେ ଥିବା ରୋହିଙ୍ଗିଆ କ୍ୟାଡରମାନଙ୍କ ସହାୟତାରେ ଲସ୍କର ଭାରତର ଉ ରପୂର୍ବ ଅ ଳ ବାଟେ ଅସ୍ତ୍ରଶସ୍ତ୍ର ଓ ନିଶା ଔଷଧ ଚାଲାଣ କରୁଛି । ବାଙ୍ଗଲାଦେଶ ରୋହିଙ୍ଗିଆମାନଙ୍କ ପାଇଁ ତାର ସୀମାକୁ ବନ୍ଦ କରି ସାରିଲାରି । ମାଲେସିଆ ସରକାର ମାଲେସିଆ ଉପକୂଳରେ ନ ଓହ୍ଲାଇବା ପାଇଁ ରୋହିଙ୍ଗିଆମାନଙ୍କୁ ଧମକ ଦେଇଛି । ଇଣ୍ଡୋନେସିଆ ସରକାର ତାର ମାଛ ଧରାଳିମାନଙ୍କୁ ସ୍ପଷ୍ଟ ଚେତାବନୀ ଦେଇଛି ଯେ ସେମାନେ ରୋହିଙ୍ଗିଆମାନଙ୍କୁ ତାଙ୍କ ସାଙ୍ଗରେ ନ ଆଣନ୍ତୁ । ଅଲ୍କାଏଦା ଓ ଆଇ.ଏସ୍.ର ଗିତିବିଧି ତୀବ୍ର ହେବା ପରେ ପ୍ରାୟ ପା ଲକ୍ଷ ମୁସଲମାନ ସିରିଆ, ୟେମେନ୍ ଏବଂ ଅନ୍ୟାନ୍ୟ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ପଳାୟନ କରି ୟୁରୋପୀୟ ଦେଶ ଗୁଡ଼ିକରେ ଶରଣ ନେଇଛନ୍ତି । ମୁସଲମାନ ଦେଶମାନେ ଏମାନଙ୍କୁ ସ୍ଥାନ ଦେଇ ନାହାନ୍ତି । ଏହି ଶରଣାର୍ଥୀମାନେ ମୁସଲମାନ ଦେଶ ଅପେକ୍ଷା ୟୁରୋପୀୟ ଦେଶ ଗୁଡ଼ିକୁ ଯାଇ ଅର୍ଥ ରୋଜଗାର ଓ ଧର୍ମ ପ୍ରଚାର ପାଇଁ ଅଧିକ ସୁବିଧାଜନକ ବୋଲି ଭାବୁଛନ୍ତି । ଏଠାରେ ସବୁଠାରୁ ଗୁରୁତ୍ୱ ୂର୍ଣ୍ଣ ବିଷୟ ହେଉଛି ଯେ ସମଗ୍ର ପୃଥିବୀରେ ଶରଣାର୍ଥୀ ଶିବିରମାନଙ୍କରୁ ଅନେକ ସନ୍ତ୍ରାସବାଦୀ ସଙ୍ଗଠନ ଜନ୍ମ ନେଇଛନ୍ତି । ୟୁରୋପରେ ସିରିଆର ଶରଣାର୍ଥୀମାନଙ୍କ ମଧ୍ୟକୁ ସନ୍ତ୍ରାସବାଦୀମାନେ ଅନୁ ୍ରବେଶ କରି ଫ୍ରାନ୍ସ ଓ ଜର୍ମାନୀରେ ନାରକୀୟ କାଣ୍ଡ ଘଟାଇଛନ୍ତି । ୧୯୪୮ର ଆରବ ଇସ୍ରାଏଲ ଯୁଦ୍ଧ ପରେ ପ୍ରାୟ ସାତଲକ୍ଷ ଶରଣାର୍ଥୀ ଲେବାନନ, ଜୋର୍ଡାନ, ସିରିଆ ଆଦି ଦେଶରେ ଆଶ୍ରୟ ନେଲେ । ୧୯୫୦ ଦଶକରେ ଏହି ଶରଣାର୍ଥୀମାନଙ୍କ ମଧ୍ୟରୁ ଫତେହ, ହମସ, ଏବଂ ପରି ସନ୍ତ୍ରାସବାଦୀ ଗୋଷ୍ଠୀ ତିଆରି ହେଲେ । ୧୯୮୦ ଦଶକରେ ଆଫଗାନିସ୍ଥାନରେ ଋଷିଆ ଆକ୍ରମଣ ଫଳରେ ପ୍ରାୟ ୧୬ ଲକ୍ଷ ଶରଣାର୍ଥୀ ପାକିସ୍ଥାନରେ ଆଶ୍ରୟ ନେଲେ । ମୁଲ୍ଲାମାନଙ୍କ ପରୋଚନାରେ ଏହି ଶରଣାର୍ଥୀମାନଙ୍କ ମଧ୍ୟରୁ ତାଲିବାନମାନେ ଜନ୍ମ ନେଲେ । ସୋମାଲିଆରୁ ଆସିଥିବା ସୋମାଲି ଶରଣାର୍ଥୀମାନଙ୍କ ମଧ୍ୟରୁ ଅଲ୍-ସବାବ୍ ସଙ୍ଗଠନର ନିର୍ମାଣ ହେଲା । ଆମେରକାର ନାମକ ଏକ ସଂସ୍ଥା କହିଛି ଯେ ୟୁରୋପରେ ରହୁଥିବା ମୁସଲମାନ ଶରଣାର୍ଥୀମାନଙ୍କୁ ଚରମବାଦୀ ଭାବରେ ଗଢିବାର କାର୍ଯ୍ୟ ମୁଲ୍ଲାମାନେ ଓ ଅଲ୍କାଏଦା କରୁଛନ୍ତି । ୟୁରୋପୀୟମାନଙ୍କୁ ଘୃଣା କରିବା ଏବଂ ସେମାନଙ୍କ ବିରୋଧରେ ଅସ୍ତ୍ର ଉଠାଇବା ପାଇଁ ସେମାନଙ୍କୁ ପ୍ରେରିତ କରାଯାଉଛି । ୟୁରୋପରେ ସିରିଆ ଶରଣାର୍ଥୀ ଶିବିର ଗୁଡ଼ିକ ସନ୍ତ୍ରାସବାଦୀମାନଙ୍କ ପାଇଁ ଏକ ଅପୂର୍ବ ସୁଯୋଗର ପରିଣତ ହୋଇଛି ।

ବ ର୍ମାନ ଅନେକ ଉଦାରବାଦୀ ବୁଦ୍ଧିଜୀବୀ ଯୁକ୍ତି କରୁଛନ୍ତ ଯେ ରୋହିଙ୍ଗିଆମାନେ ମ୍ୟାଁମାର ବୌଦ୍ଧମାନଙ୍କ ଅତ୍ୟାଚାରର ଶିକାର ହୋଇ ଭାରତକୁ ଆସିଥିବାରୁ ସେମାନଙ୍କୁ ଅବୈଧ ଅନୁପ୍ରେବଶକାରୀ ବୋଲି ବିଚାର ନକରି ଶରଣାର୍ଥୀ ଭାବରେ ବିଚାର କରାଯାଉ । ମାନବିକତା ଦୃଷ୍ଟିକୋଣରୁ ଏମାନଙ୍କୁ ଭାରତରୁ ତଡ଼ା ନଯାଉ । ସେମାନେ ଚାହୁଁଛନ୍ତ ଯେ ଭାରତ ସନ୍ତ୍ରାସବାଦୀ ମାନଙ୍କୁ ପ୍ରତି ଉଦାର ଦୃଷ୍ଟିଭଙ୍ଗୀ ପ୍ରଦର୍ଶନ କରି ମୃତ୍ୟ ସହିତ ସଉଦା କରୁ ଏବଂ ଦେଶର ସୁରକ୍ଷାକୁ ସମୁଦ୍ରରେ ଫିଙ୍ଗିଦେଉ । ମାତ୍ର ଆଶ୍ଚର୍ଯ୍ୟର କଥା ଏକ ଲକ୍ଷ କାଶ୍ମିର ପଣ୍ଡିତମାନଙ୍କ ଦୁଃଖରେ ଏମାନଙ୍କ ମୁହଁରୁ ପଦେ କଥା ମଧ୍ୟ ବାହାରେ ନାହିଁ । ମାତ୍ର ମାନବିକତା ନାମରେ ନିଜ ଦେଶର ସୁରକ୍ଷାକୁ ବଳିଦେବାର ଭୁଲ୍ ଭାରତ ସରକାର କରିବା ଉଚିତ ନୁହେଁ ।

 

09/10/2017