Samvadsetu News

ଯଥା ଛାତ୍ର ତଥା ଶିକ୍ଷକ !

 ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବେଶ୍ କିଛି ସମୟରୁ ଚର୍ଚ୍ଚାର ବିଷୟ ହୋଇ ରହିଛି । ରହିବନି ବା କାହିଁକି ? ଏହାର ନାମକରଣର କିଛି ପ୍ରଭାବ ତ ରହିବା କଥା, ନୁହେଁ କି ? ସଂପ୍ରତି ଆମର ଚର୍ଚ୍ଚାର ପ୍ରସଙ୍ଗ ହେଲା ଏ ମହାନ ଅନୁଷ୍ଠାନର ଛାତ୍ରମାନେ ଶ୍ରେଣୀରେ ୭୫ ପ୍ରତିଶତ ଉପସ୍ଥିତି ବାଧ୍ୟତାମୂଳକ କରାଯିବାର ବିଶ୍ୱବିଦ୍ୟାଳୟ ପ୍ରଶାସନର ନିର୍ଣ୍ଣୟ ବିରୁଦ୍ଧରେ ଧାରଣା ବିକ୍ଷୋଭ ଆଦି ପ୍ରଦର୍ଶନ କରୁଛନ୍ତି । ଛାତ୍ରମାନଙ୍କର ଏ ବିରୋଧକୁ ଇନ୍ଧନ ଯୋଗାଇଛନ୍ତି ଏ ମହାନ୍ ଅନୁଷ୍ଠାନର ବିଜ୍ଞ-ଅଭିଜ୍ଞ ତଥା ଆଦର୍ଶ ଅଧ୍ୟାପକମାନେ । ଏଇ ଧାରଣା-ବିକ୍ଷୋଭ ଯେବେ ବିଶ୍ୱବିଦ୍ୟାଳୟ ପାଇଁ ମୁଣ୍ଡବ୍ୟଥାର କାରଣସାଜିଲା, ସେମାନେ ନ୍ୟାୟାଳୟରେ ଦ୍ୱାରସ୍ଥ ହେଲେ । ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଶବ୍ଦଭେଦ ଭବନ ପାଖରେ ଧାରଣା-ବିକ୍ଷୋଭ ପ୍ରଦର୍ଶନ ନ କରିବାର ଆଦେଶ ଜାରୀ କଲେ । ଏଥି ସହ ଏକଥା ମଧ୍ୟ କୁହାଗଲା ଯେ ଆବଶ୍ୟକ ସ୍ଥଳେ ବିଶ୍ୱବିଦ୍ୟାଳୟ ପ୍ରଶାସନ ପୁଲିସର ସହାୟତା ମଧ୍ୟ ନେଇ ପାରିବ । ୭୫ ପ୍ରତିଶତ ଉପସ୍ଥିତିକୁ ଯେପରି ଭାବରେ ଗୁରୁତ୍ୱ ଦିଆ ଯାଉଛି ତଦ୍ଦ୍ୱାରା ଅନାବଶ୍ୟକ ତଥା ଗୌଣ ପ୍ରସଙ୍ଗକୁ ଉଠାଇ ବାତାବରଣ ଦୂଷିତ କରାଯିବାର ଗର୍ହିତ ରାଜନୀତି ଆବିର୍ଭୂତ ହେବାର ଅନୁଭୂତ ହେଉଛି । ସେଇ ଘୃଣ୍ୟ ରାଜନୀତି କାରଣରୁ ହିଁ ଆମର ବିଶ୍ୱବିଦ୍ୟାଳୟମାନେ ଆଜି ରାଜନୀତିର ଆଖଡ଼ାରେ ପରିଣତ ହେବାରେ ଲାଗିଛନ୍ତି ।

                                           ବିଶ୍ୱବିଦ୍ୟାଳୟ ଏକ ଭିନ୍ନ ଧରଣର ସ୍ୱାଧୀନତା ନୀଡ଼ ହେବା ଉଚିତ; ଯେଉଁଠାରେ ନୂତନ ପିଢିର ସୃଜନଶୀଳତା ସାକାର ହୋଇ ପାରିବ । କିନ୍ତୁ ଦେଶର ସର୍ବଶ୍ରେଷ୍ଠ ଭି•ିଭୂମି ଓ ସୁଖସୁବିଧା ସମ୍ବଳିତ ଭବନ, ଛାତ୍ରାବାସ, ଗ୍ରନ୍ଥାଗାର ସହ ଉ•ମ ଅଧ୍ୟାପକ-ବିଦ୍ୟାର୍ଥୀ ଅନୁାତ ସେ•୍ୱ ଜେଏନ୍ୟୁ ବିଶ୍ୱର ଗଣ୍ୟମାନ୍ୟ ଶିକ୍ଷଣ ସଂସ୍ଥାଙ୍କ ମଧ୍ୟରେ ପରିଗଣିତ ହୋଇ ପାରୁଛି କି ? ପ୍ରତିଟି ଅନାବଶ୍ୟକ ଅଥବା ଗୌଣ ପ୍ରସଙ୍ଗରେ ଦିନକୁ ଦିନ ଯେତେସବୁ ନୂଆ ନୂଆ ଭାଣ୍ଡତାମସା ଜେ.ଏନ୍.ୟୁ.ରେ ମ•ସ୍ଥ କରାଯାଉଛି, ସେସବୁ କାହାର ପ୍ରୋତ୍ସାହନରେ, କାହାର ପୃଷ୍ଠପୋଷକତାରେ କାହାର ବି•ପୋଷଣରେ କାହାର ସାହସରେ ସମ୍ଭବ ହୋଇ ପାରୁଛି । ବିଶ୍ୱର ସର୍ବଶ୍ରେଷ୍ଠ ପା•ଶହ ଶିକ୍ଷଣ ସଂସ୍ଥାରେ ମଧ୍ୟ ଜେ.ଏନ୍.ୟୁ.ର ନାମ ରହୁନାହିଁ କାହିଁକି ? ବିଜ୍ଞାନ କଥା ତ ନଉଠାଇବା ଭଲ, ବିଗତ ୨୦-୩୦ ବର୍ଷରେ ସାମାଜିକ ବିଜ୍ଞାନରେ ମଧ୍ୟ ଗବେଷଣାର ସ୍ତର ଅଧୋଗାମୀ ହୋଇ ଚାଲିଛି । ଏ ବିଶ୍ୱବିଦ୍ୟାଳୟ ଆଜି ରାଷ୍ଟ୍ର ବିରୋଧୀ ରାଜନୀତିର ଏକ ଆଡ୍ଡା ହୋଇ ଯାଇଥିବା ପଛରେ କାରଣ ଯାହା ଥାଉ ପଛକେ, ପ୍ରତିକାରମୂଳକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରୁନାହିଁ । ୭୫ ପ୍ରତିଶତ ଉପସ୍ଥିତି ବାଧ୍ୟତାମୂଳକ କରାଯିବା ପଛରେ ଥିବା ଏକ କାରଣ ହେଲା ଅଧିକାଂଶ ଛାତ୍ରଙ୍କର ଅନୁସ୍ଥିତି କାରଣରୁ ଶ୍ରେଣୀଗୃହ ପ୍ରାୟତଃ ଖାଲି ରହୁଥିବାର ଦେଖା ଯାଉଥିଲା । ଶିକ୍ଷା କ୍ଷେତ୍ରରେ ଯେଉଁମାନେ ସାମାନ୍ୟତମ ରୁଚି ରଖନ୍ତି ସେମାନଙ୍କୁ ମଧ୍ୟ ଜଣାଅଛି ଯେ ଶ୍ରେଣୀରେ ଛାତ୍ରଙ୍କର ଅନୁ ସ୍ଥିତି କେବଳ ଜେ.ଏନ୍.ୟୁ.ରେ ନୁହେଁ, ବରଂ ଦେଶର ଅଧିକାଂଶ ଶିକ୍ଷା ସଂସ୍ଥାରେ ପରିଦୃଷ୍ଟ ହେଉଛି । ରାଜ୍ୟମାନଙ୍କର ବିଶ୍ୱବିଦ୍ୟାଳୟର ସଚ୍ଚୋଟ ଅଧ୍ୟାପକମାନେ ଏତାଦୃଶ ଅବସ୍ଥା ପାଇଁ କ୍ଷୋଭ ପ୍ରକଟ କରନ୍ତି, କାରଣ ଏମାନେ ଶିକ୍ଷାଦାନ କରିବାକୁ ଚାହାଁନ୍ତି । ଶ୍ରେଣୀ ଗୃହରେ ବିଦ୍ୟାର୍ଥୀ ନଥିଲେ ଏମାନେ ଶିକ୍ଷାଦାନ କରିବେ କାହାକୁ ? ତେଣୁ ଏମାନେ ନିରାଶ ହେବା ସ୍ୱାଭାବିକ । ଶ୍ରେଣୀଗୃହରେ  ବିଦ୍ୟାର୍ଥୀଙ୍କର ପର୍ଯ୍ୟାପ୍ତ ସଂଖ୍ୟାରେ ଉପସ୍ଥିତି ଶ୍ରେଷ୍ଠ ଅଧ୍ୟାପକଙ୍କୁ ଉ•ମ ଶିକ୍ଷା ଦାନ ପାଇଁ ଉତ୍ସାହଦାୟକ ହେବ; ଯାହାକି ସଂପୂର୍ଣ୍ଣ ବାତାବରଣକୁ ମଧ୍ୟ ପବିତ୍ର କରିଦେବ । ଏହାର ବିରୀତ ଅବସ୍ଥାରେ ଧୀରେ ଧୀରେ ଏ ଅବକ୍ଷୟ ସଂପୂର୍ଣ୍ଣ ବିଶ୍ୱବିଦ୍ୟାଳୟକୁ ନିଶ୍ଚୟ କବଳିତ କରିବ । ଶ୍ରେଣୀରେ ୭୫ ପ୍ରତିଶତ ଉପସ୍ଥିତି କ’ଣ ଏତେ ବଡ଼ ସମସ୍ୟା ବା ପ୍ରତିବନ୍ଧକ ଯେ ଏହା ବିରୁଦ୍ଧରେ ପ୍ରଶାସନିକ ଭବନକୁ ଘେରାଉ କରାଯିବ ଓ ଏପରି ଅରାଜକ ସ୍ଥିତି ଉତ୍ପନ୍ନ କରିଦିଆଯିବ; ଯେଉଁଥିପାଇଁ ନ୍ୟାୟାଳୟକୁ ହସ୍ତକ୍ଷେପ କରିବାକୁ ପଡ଼ିବ ? ସୂଚନାଯୋଗ୍ୟ ଯେ ଜେ.ଏନ୍.ୟୁ. ଏକ ଆବାସିକ ବିଶ୍ୱବିଦ୍ୟାଳୟ ଏବଂ ରାଜଧାନୀର ମନୋରମ ପ୍ରାକୃତିକ ପରିବେଶରେ ନିର୍ମିତ ଛାତ୍ରାବାସରେ ବିଦ୍ୟାର୍ଥୀମାନେ ରହନ୍ତି । ଏମାନଙ୍କର ଶ୍ରେଣୀଗୃହ ଅଳ୍ପ କିଛି ମିଟର ଦୂରରେ । ଅଭିଭାବକମାନେ ଦେଶର ସୁଦୂର ଅ•ଳରୁ ତାଙ୍କର ସନ୍ତାନଙ୍କୁ ଏଠାରେ ଶିକ୍ଷାଲାଭ କରିବା ଉଦ୍ଦେଶ୍ୟରେ ପଠାଇଥାନ୍ତି ନା କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ପାଉଥିବା ଛାତ୍ରାବାସରେ ରହି ମଉଜମସ୍ତି ତଥା ରାଜନୈତିକ କାର୍ଯ୍ୟକଳାପରେ ଲିପ୍ତ ରହିବା ପାଇଁ ପଠାନ୍ତି ? ଏମ୍.ଫିଲ୍, ପିଏଚ୍.ଡି ଗବେଷଣାରତ ଛାତ୍ରଙ୍କ ପାଇଁ ଉପସ୍ଥିତି କିଛିଟା କୋହଳ କରାଯାଇପାରେ, କିନ୍ତୁ ଅନ୍ୟ ଛାତ୍ରଙ୍କ ପାଇଁ ଏହା ଆପ•ିର କାରଣ ହେବା ଯଥାର୍ଥ କି ?
                               ଜେ.ଏନ୍.ୟୁ.ର ଛାତ୍ରମାନଙ୍କୁ ଶ୍ରେଣୀରେ ଉପସ୍ଥିତି ଯଦି ଏତେ ଅଡ଼ୁଆ ଲାଗୁଥାଏ, ତାହେଲେ ସେମାନେ ମୁକ୍ତ ବିଶ୍ୱବିଦ୍ୟାଳୟରେ ଶିକ୍ଷାଲାଭ କରୁ ନାହାନ୍ତି କାହିଁକି ? ପତ୍ରାଚାର ମାଧ୍ୟମରେ ଶିକ୍ଷା ପ୍ରାପ୍ତ କରନ୍ତୁ ଓ ଏହି ପର୍ଯ୍ୟାୟରେ ସବୁରକମର ସ୍ୱାଧୀନତାର ମଜା ଉଠାନ୍ତୁ, ଏଥିାଇଁ ତାଙ୍କୁ କେହି ରୋକିଛି କି ? ଏହା ହେଲେ ପ୍ରକୃତ ଅସୁବିଧାଗ୍ରସ୍ତ ଛାତ୍ରମାନେ ଛାତ୍ରାବାସରେ ସ୍ଥାନ ପାଇବେ । ଜେ.ଏନ୍.ୟୁ. ଏକ ବିଶ୍ୱବିଦ୍ୟାଳୟ, ଯାତରା ପାର୍ଟିର କାର୍ଯ୍ୟାଳୟ ନୁହେଁ । ଏଥିରେ ଦେଶର କୋଟି କୋଟି ଟଙ୍କାର ରାଜସ୍ୱ ଖର୍ଚ୍ଚ ହୋଇଥାଏ; ଯାହାକି ଦେଶର ଗରିବ କରଦାତାମାନେ ଦେଇଥାନ୍ତି । ଛାତ୍ରମାନେ ଶ୍ରେଣୀକୁ ନଯିବାର ଅନ୍ୟ ଏକ କାରଣ ହେଲା ଏଠାରେ ଅଧ୍ୟାପନାର ସ୍ତର ଅଧୋମୁଖୀ ହୋଇ ଚାଲିଛି ମଧ୍ୟ । ଶିକ୍ଷା ରସାତଳଗାମୀ ହେବାର ଅନ୍ୟ ଏକ ବଡ଼କାରଣ ହେଲା ଏ ସଂସ୍ଥାର କିଛି ବିଭାଗର ‘ଭାରତ ତେରେ ଟୁକୁଡ଼େ ହୋଙ୍ଗେ’ ମାନସିକତା; ଯେଉଁଥିରେ ଛାତ୍ର ଶିକ୍ଷକ ସମସ୍ତେ ଏକାକାର । ଦିନ ଥିଲା ଯେବେ ଏ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମ ଭବିଷ୍ୟଉନ୍ମୁଖ ବିଚାର ତଥା ଚେତନା ଦ୍ୱାରା ପ୍ରେରିତ, ପ୍ରସ୍ତୁତ ଏବଂ ବିକଶିତ କରା ଯାଉଥିଲା । ଏ ଗରିବ ଦେଶର ଅନ୍ୟ କୌଣସି ଶିକ୍ଷଣ ସଂସ୍ଥାରେ ଜେ.ଏନ୍.ୟୁ.ର ସମାନୁାତିକ ଛାତ୍ରବୃ•ି ମିଳି ନଥାଏ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମଧ୍ୟ ଏଇଥିାଇଁ ଆଖି ବନ୍ଦ କରି ଦେଉଛି, କାରଣ ଶିକ୍ଷା ପାଇଁ ଅନେକ କଥାକୁ ଅଣଦେଖା କରାଯାଇପାରେ, ଅନେକ ଦୋଷ ତ୍ରୁଟିକୁ ମାଫ୍ କରାଯାଇପାରେ । କିନ୍ତୁ ରାଜନୈତିକ ଆଖଡ଼ାବାଜି କାରଣରୁ ଏହାର ଅଧୋପତନ ଏତେ କ୍ଷ୍ରି ହୋଇଚାଲିଲା ଯେ ଏଠାରେ ଗବେଷଣାର ପୂର୍ବ ଗୁଣବ•ା ଆଉ ନାହିଁ କି ଅନ୍ୟ କ୍ଷେତ୍ରରେ ମଧ୍ୟ କୌଣସି ସକାରାତ୍ମକ ଉପଲବ୍ଧି ନାହିଁ ।

19/03/2018