Samvadsetu News

ରାମରାଜ୍ୟବାସୀଙ୍କୁ ଅଯୋଧ୍ୟା ପ୍ରହାର

 ସର୍ବୋଚ୍ଚ ନ୍ୟାୟାଳୟରେ ରାମଜନ୍ମଭୂମି ବାବରୀ ମସ୍ଜିଦ୍ ମାମଲାର ନିର୍ଣ୍ଣୟ ପାଇଁ ଶୁଣାଣି ଆରମ୍ଭ ହେବାକୁ ଯାଉଛି । ପ୍ରାୟ ତିନି ମାସ ପୂର୍ବେ ନ୍ୟାୟାଳୟ ଏହି ପ୍ରସଙ୍ଗରେ ଶୁଣାଣି ଆରମ୍ଭ କରିବା ପୂର୍ବରୁ କହିଥିଲେ ଏଥି ।ଇଁ କୌଣସି ରହିତାଦେଶ ଦିଆଯାଇପାରିବ ନାହିଁ । ସରଳ ବିଶ୍ୱାସୀ ଜନଗଣ ମନରେ ଆଶା ବାନ୍ଧି ରଖିଲେ ଯେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏ ମାମଲାର ନିଷ୍ପାଦନ ପାଇଁ ପ୍ରସ୍ତୁତ । ଉ•ରପ୍ରଦେଶ ସରକାରଙ୍କୁ ବାର ସପ୍ତାହ ମଧ୍ୟରେ ନଅ ହଜାରରୁ ଅଧିକ ପୃଷ୍ଠାର ନଥିତ୍ର ଅନୁବାଦ କରାଯିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏସବୁ ନଥିତ୍ର ଭିନ୍ନ ଭିନ୍ନ ଭାଷାରେ ଯଥା- ପାଲି, ଆରବୀୟ, ପାର୍ସୀ, ଗୁରୁମୁଖୀ, ଉର୍ଦ୍ଦୁରେ ଲି ିବଦ୍ଧ । ପ୍ରାୟ ୬୮ ବର୍ଷ ପୁରୁଣା ଏହି ନ୍ୟାୟିକ ବିବାଦରେ ନ୍ୟାୟାଳୟ ବାହାରେ ଆପୋଷ ବୁଝାମଣା ହେବା ହିଁ ଉଚିତ ବୋଲି କେତେକ ମହଲରେ ମତବ୍ୟକ୍ତ କରାଯାଇ ଆସିଛି ଓ ଏହି ସମ୍ଭାବନା ଆଜି ମଧ୍ୟ ଯଥାବତ୍ ରହିଛି । ପୂର୍ବ ମୁଖ୍ୟ ନ୍ୟାୟାଧୀଶ ଜେ.ଏସ୍. ଖେହର ମଧ୍ୟ ଏ ପରାମର୍ଶ ଦେଇ ଏଥି ।ଇଁ ସେ ନିଜେ ସକ୍ରିୟ ସହଯୋଗ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଏ ଦିଗରେ କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ପାରିଲା ନାହିଁ । ଆଧୁନିକ ଭାରତର ଇତିହାସରେ ଏପରି କିଛି ଦୁର୍ଘଟଣା ରହିଛି ଯାହା ହିନ୍ଦ୍ୁମୁସଲମାନ ଙ୍କ ମଧ୍ୟରେ ମତଭେଦ ବୃଦ୍ଧି କରାଇଛି ଓ ଭୀଷଣ ଧନ ଜୀବନ ନଷ୍ଟ କରାଇଛି । ଏଥିରୁ ଗୋଟିଏ ହେଲା ୧୯୪୭ର ଭାରତ ବିଭାଜନ ଓ ଦ୍ୱିତୀୟ ହେଲା ଅଯୋଧ୍ୟାର ବିବାଦିତ ଢା•ା ପତନ ।

                                      ସ୍ୱାମୀ ବିବେକାନନ୍ଦ ୧୮୯୮ରେ ଜଣେ ବନ୍ଧୁଙ୍କୁ ପ୍ରେରିତ ପତ୍ରରେ ଲେଖିଥିଲେ, ‘ମୁଁ ଭବିଷ୍ୟତର ଭାରତକୁ ଅରାଜକତା ଓ ସଂଘର୍ଷରୁ ଉଦ୍ଧ୍ୱର୍କୁ ଉଠି ଓ ବାହାରି ଏକ ଗୌରବମୟ, ଦୁର୍ଜୟ ଦେଶ ହେବାର ଦେଖି

ପାରିଛି । ଏପରି ଏକ ଭାରତ; ଯାହାର ମସ୍ତିଷ୍କ ବେଦାନ୍ତ ହୋଇଥିବ ଓ ଶରୀର ଇସ୍ଲାମିକ୍ ହୋଇଥିବ; କିନ୍ତୁ ପାରସ୍ପରିକ ସୌହାର୍ଦ୍ଦ୍ୟ ଓ ନିଶ୍ୱାସର ପୁନଃସ୍ଥାପନା ପରେ ହିଁ ଏହା ସମ୍ଭବପର ହୋଇ ପାରିବ ।’ ୬୮ ବର୍ଷ ଧରି ଚାଲିଥିବା ଅଯୋଧ୍ୟା ପ୍ରସଙ୍ଗରେ କୌଣସି ମାର୍ଗରେ ସମାଜର ହିତ ସାଧନ ହୋଇପାରିଲା ନାହିଁ, କିନ୍ତୁ ଅର୍ଥବ୍ୟବସ୍ଥା ଓ ସାମାଜିକ ସୌହାର୍ଦ୍ଦ୍ୟ (!) ଭୀଷଣ କ୍ଷତିଗ୍ରସ୍ତ ହେଲା ।
                                                                                                ସାଂପ୍ରଦାୟିକ ସମୟକୁ ଫେରନ୍ତୁ । ଯେଉଁ ସମୟରେ ରାହୁଳ ଗାନ୍ଧୀ ନିଜକୁ ଯଜେ୍ଞାପବୀତଧାରୀ ବ୍ରାହ୍ମଣ ଘୋଷଣା କରିବାରେ ତତ୍ପର ଥିଲେ, ପ୍ରାୟ ସେଇ ସମୟରେ କଂଗ୍ରେସର ବରିଷ୍ଠ ନେତା କପିଳ ସିବଲ୍ ସର୍ବୋଚ୍ଚ ନ୍ୟାୟାଳୟରେ ରାମଜନ୍ମଭୂମି ବିରୋଧରେ ତର୍କ ବାଢୁଥିଲେ । ଅଯୋଧ୍ୟାର ବିବାଦୀୟ ଢା•ା ପତନର ପଚିଶବର୍ଷ ପୂରିବାର ଠିକ୍ ଦିନକ ପୂର୍ବରୁ ସେ ନ୍ୟାୟାଳୟ ସମ୍ମୁଖରେ ଯେଉଁ ତର୍କ ବାଢିଲେ, ସେଥିରେ ହିଁ ଭାରତରେ ଶହ ଶହ ବର୍ଷ ଧରି ହିନ୍ଦୁମୁସଲମାନ ଙ୍କ ମଧ୍ୟରେ ବିଦ୍ୟମାନ ଦ୍ୱେଷଭାବନାର ବିବେଚନା ନିହିତ । ଉ•ର ପ୍ରଦେଶର ସୁନ୍ନି ୱାକଫ୍ ବୋର୍ଡର ଓକିଲ ଭାବରେ ସିବଲ୍ ନ୍ୟାୟାଳୟକୁ ଗୁହାରି ଜଣାଇ କହୁଛନ୍ତି, ‘ଅଯୋଧ୍ୟା ପ୍ରସଙ୍ଗ ରାଜନୈତିକ ହୋଇ ସାରିଛି, ତେଣୁ ୨୦୧୯ ଲୋକସଭା ନିର୍ବାଚନ ପରେ ଏହାର ଶୁଣାଣି କରାଯିବା ଉଚିତ ।’ ସୂଚନାଯୋଗ୍ୟ ଯେ, ୨୦୧୦ରେ ଆହ୍ଲାବାଦ ହାଇକୋର୍ଟର ଅଯୋଧ୍ୟା ସଂକ୍ରାନ୍ତୀୟ ନିର୍ଣ୍ଣୟକୁ ଚାଲେଞ୍ଜ କରାଯାଇଥିବା ଯାଚିକା ସର୍ବୋଚ୍ଚ ନ୍ୟାୟାଳୟରେ ସାତବର୍ଷ ହେଲା ପଡ଼ି ରହିଛି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଯଦି ଏହା କରି ଚାଲିଛି, ସାଧାରଣ ନାଗରିକଙ୍କୁ ଏଥି ।ଇଁ
 ଦୋଷ ଦେବା କାହିଁକି ? ଦେଖିବାକୁ ଗଲେ,  ଭାରତରେ ଏ ମାମଲା ୧୯୫୦ରୁ ପଡ଼ି ରହିଛି, କିନ୍ତୁ ଏହାର ସଂପୂର୍ଣ୍ଣ ନ୍ୟାୟିକ ଇତିହାସ ଏହି ଯେ ୧୩୩ବର୍ଷ ପୁରୁଣା ବ୍ରିଟିଶ ରାଜତ୍ୱରେ ୧୮୮୫ ଜାନୁଆରୀ ୨୯ ତାରିଖ ଦିନ ମହନ୍ତ ରଘୁବର ଦାସ ରାମଚବୁତରାରେ ମନ୍ଦିର ନିର୍ମାଣ ପାଇଁ ସର୍ବ ୍ରଥମ ଯାଚିକା ଦାଖଲ କରିଥିଲେ । ବାବରୀ ମସଜିଦ୍ର ତକ୍ରାଳୀନ ସଂରକ୍ଷକ ମହମ୍ମଦ ଅସଗର୍ଙ୍କ ତରଫରୁ ଏହାକୁ ଚାଲେଞ୍ଜ କରାଯାଇଥିଲା । ସେ ସମୟରେ ଫୈଜାବାଦର ଉପନ୍ୟାୟାଧୀଶ ମହାନ୍ତଙ୍କର ଯାଚିକା ଖାରଜ କରି ଦେଇଥିଲେ । ୬୫ ବର୍ଷ ପରେ ୧୯୪୯ ଡିସେମ୍ବର ୨୩ ତାରିଖ ଦିନ ନ୍ୟାୟିକ ହସ୍ତକ୍ଷେପ ପରେ ହିନ୍ଦୁସମାଜକୁ ସ୍ୱୀକୃତି ମିଳିଥିଲା ଶ୍ରୀରାମଙ୍କୁ ଲୁହାଜାଲି ପ୍ରାଚୀର ପଛରେ ରହି ପୂଜାର୍ଚ୍ଚନା କରିବା ପାଇଁ । ନ୍ୟାୟାଳୟଙ୍କର ଏ ନିର୍ଣ୍ଣୟକୁ ସଂସଦରେ ଓଲଟାଇ ଦେଇଥିଲେ ଓ ଶରିୟତ୍ ଅନୁସାରେ ଏକ ଅଧିନିୟମ ଅନୁମୋଦିତ କରି ଦେଇଥିଲେ । ୧୯୮୯ରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜୀବ ସରକାର ଅଯୋଧ୍ୟା ମାଧ୍ୟମରେ ରାଜନୈତିକ ସମାୟୋଜନର ପ୍ରୟାସ କରିଥିଲେ ।

 

08/01/2018