Samvadsetu News

ସଙ୍କଟରେ କାଶ୍ମୀର ଓ କାଶ୍ମୀରବାସୀ

 କାଶ୍ମୀର ସମସ୍ୟାର କାରଣ ଓ ସମାଧାନ ସଂପର୍କରେ ଅନେକ ଆଲୋଚନା ଆମେ ପଢିଛେ ଓ ଜାଣିଛେ । ଅନେକ ସରକାର ଓ ସଙ୍ଗଠନ ପକ୍ଷରୁ ଗତ ୭୦ ବର୍ଷରେ ଏଥିାଇଁ ଅନେକ ପ୍ରତିନିଧିମଣ୍ଡଳୀ କାଶ୍ମୀର ଗସ୍ତ କରିଛନ୍ତି । ନିକଟରେ ଭାରତ

ସରକାର ମଧ୍ୟ ସେମିତି ଜଣେ ଆଲୋଚନାକାରୀଙ୍କୁ ନିଯୁକ୍ତି ଦେଇ କାଶ୍ମୀରକୁ ପଠାଇଥିଲେ । ଖୋଦ୍ ଗୃହମନ୍ତ୍ରୀ ରାଜନାଥ ମଧ୍ୟ ବାରମ୍ବାର କାଶ୍ମୀର ଗସ୍ତ କରୁଛନ୍ତି । କିନ୍ତୁ ରାଷ୍ଟ୍ରୀୟ ସ୍ୱାଭିମାନ ଆନ୍ଦୋଳନ ନାମକ ଏକ ସଂଗଠନର ପ୍ରତିନିଧି ଦଳ ଗତ ନଭେମ୍ବର ମାସରେ କାଶ୍ମୀର ଗସ୍ତ କରିବା ପରେ ଯେଉଁ କେତେକ ବିଷୟକୁ ଆଲୋଚନା ପାଇଁ ଆଣିଛନ୍ତି, ସେଗୁଡିକର ଗୁରୁତ୍ୱ ଅଧିକ । ଗୋବିନ୍ଦା·ର୍ଯ୍ୟଙ୍କ ମାର୍ଗଦର୍ଶନରେ ·ଲୁଥିବା ଏହି ସଂଗଠନ ପକ୍ଷରୁ ପବନ ଶ୍ରୀବାସ୍ତବ (ସଂଯୋଜକ), ବସବରାଜ ପାଟିଲ (ସଂଗଠନ ସଂପାଦକ) ଏବଂ ଅଭିମନ୍ୟୁ କୋହାଡ (ରାଷ୍ଟ୍ରୀୟ ସୁରକ୍ଷା ଓ ବୈଦେଶିକ ବ୍ୟାପାର ଶାଖାର ସଚିବ) ଶ୍ରୀନଗର ଗସ୍ତରେ ଯାଇ ପ୍ରାୟ ୫୦ଟି ସାଧାରଣ ଲୋକଙ୍କ ସଂଗଠନର ପ୍ରତିନିଧିମାନଙ୍କୁ ସାକ୍ଷାତ କରିଥିଲେ । ସ୍ଥାନୀୟ ବ୍ୟକ୍ତି ହମିଦ ମାଲିକଙ୍କ ସହଯୋଗ କ୍ରମେ ଏହି ପ୍ରତିନିଧି ଦଳର ଆଲୋଚନା ସାଧାରଣ ଲୋକଙ୍କ ସହ କରିବା ସହଜ ହୋଇଥିଲା । କାଶ୍ମୀରର ସାଂପ୍ରତିକ ବସ୍ତୁସ୍ଥିତି ନେଇ ଏହି ଦଳ ଯେଉଁ ବିବରଣୀଟି ପ୍ରସ୍ତୁତ କରିଛନ୍ତି ତାକୁ ପଢିଲାପରେ ସେହି ବିଷୟ ଓଡିଶାର ପାଠକ-ପାଠିକାଙ୍କ ନିକଟରେ ପହ•ôବା ଆବଶ୍ୟକ ବୋଲି ବି·ର କରି ତାର ଏକ ସଂକ୍ଷିପ୍ତ ରୂ ପ୍ରସ୍ତୁତ କରାଯାଇଛି । ତେବେ ସମସ୍ୟା ମଧ୍ୟରେ କାଶ୍ମୀରର ସ୍ଥାନୀୟ ବ୍ୟବସ୍ଥାଗତ ତ୍ରୁଟି, ଭାରତପ୍ରେମୀ ଲୋକଙ୍କୁ ଉଚିତ ସମ୍ମାନ ନ ମିଳିବା, ଅବଦୁଲ୍ଲା ଓ ମୁଫତି ପରିବାରଙ୍କ ଦ୍ୱାରା ରାଜ୍ୟ ରାଜନୀତି ପେଣ୍ଡୁଲମ୍ ସ୍ଥିତିରେ ବୁଲିବା, ସଂଖ୍ୟାଧିକ ବେରୋଜଗାରୀ ଆଦି ମୁଖ୍ୟ ବୋଲି ଜଣାପଡିଛି । ଉଗ୍ରବାଦ ଯୋଗୁଁ ରାଜ୍ୟ ପ୍ରଶାସନ ସ୍ଥାଣୁବତ ରହିଛି ବୋଲି କହିଲେ ଠିକ୍ ହେବ । ରାଜ୍ୟରେ ଦୁର୍ନୀତି ଚରମସୀମାରେ ପହ•ôଛି । ଯେଉଁସବୁ ଅନୁଦାନ କେନ୍ଦ୍ରରୁ ରାଜ୍ୟକୁ ଯାଉଛି ସେଥିରୁ ବହୁଅଂଶ ସ୍ଥାନୀୟ ରାଜନେତା ଏବଂ ପ୍ରଶାସନିକ କଳ ଚଳୁକରି ଦେଉଛନ୍ତି । ଅନେକ ଯୋଜନା ଭଲ ଲକ୍ଷ୍ୟ ନେଇ ଆରମ୍ଭ ହେଉଥିଲେ ହେଁ ତଳସ୍ତରରେ ସେସବୁ ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ । ତନ୍ମଧ୍ୟରୁ ଅନେକ ଯୋଜନା ଭାରତର ଅନ୍ୟାନ୍ୟ ପ୍ରଦେଶଗୁଡିକରେ ସଫଳତାର ସହ ·ଲିଥିଲା ବେଳେ କାଶ୍ମୀରରେ ସେସବୁ କେବଳ କାଗଜପତ୍ର ଭିତରେ ସୀମିତ ହୋଇ ରହିଛି । ଉଦାହରଣ ସ୍ୱରୂ ସେଠାରେ ସରକାରଙ୍କ ପକ୍ଷରୁ ଏକ ସୋ÷ର ବିଦ୍ୟୁତ  ସବ୍ସିଡି ଯୋଜନା ଆରମ୍ଭ କରାଯାଇଛି; ଯେଉଁଥିରେ ୭୦ ପ୍ରତିଶତ ରିହାତି ରହିଛି । ୧ଲକ୍ଷ ଟଙ୍କାରେ ୩୦ହଜାର ଟଙ୍କା ଲୋକଙ୍କୁ ଦେବାକୁ ଥିଲାବେଳେ ସରକାରଙ୍କ ଦ୍ୱାରା ଘୋଷିତ ୧ଲକ୍ଷ ମୂଲ୍ୟର ଏହି ସୋଲାର ଯନ୍ତ୍ର ସାଧାରଣ ବଜାରରେ ୨୨ହଜାରରେ ବିକ୍ରି ହେଉଛି । ପ୍ରବଳ ଥଣ୍ଡା, ଭୂସ୍ଖଳନ ଯୋଗୁଁ ବିଦ୍ୟୁତ ଟ୍ରାନସଫରମର ଖରାପ ଓ ନଷ୍ଟହେବା ସେଠାରେ ସାଧାରଣ ବିଷୟ । କିନ୍ତୁ କୈାଣସି ଟ୍ରାନ୍ସଫର୍ମର ଥରେ ଖରାପ ହେଲେ ପୁଣିଥରେ କାର୍ଯ୍ୟକ୍ଷମ ହେବାକୁ ମାସ ମାସ ଲାଗିଯାଉଛି । ସାଧାରଣ ଲୋକେ ବିଦ୍ୟୁତ ବ୍ୟବସ୍ଥା ଦାବିରେ ଆନ୍ଦୋଳନ କଲେ ଉଗ୍ରବାଦୀ ଗୋଷ୍ଠୀ ଲୋକ ସେଥିରେ ସାମିଲ ହୋଇ ହିଂସାକାଣ୍ଡ ସୃଷ୍ଟିକରି ଫେରାର ହୋଇଯାଉଛନ୍ତି ।

15/01/2018