Samvadsetu News

ସଙ୍କଟରେ ଚୀନ୍-ପାକିସ୍ଥାନ ମଧୁଚନ୍ଦ୍ରିକା

 କିଛି ଦିନ ତଳେ ଏକ ଖବର ପାକିସ୍ଥାନର ନିଦ ହଜେଇ ଦେଇଥିଲା  । ସେଇଟି ହେଲା ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡର ଅଧୀନରେ ପାକିସ୍ଥାନରେ ନିର୍ମାଣାଧୀନ କିଛି ପ୍ରକଳ୍ପକୁ ଚୀନ୍ର ଅର୍ଥନୈତିକ ସହାୟତା ବନ୍ଦ ନିଷ୍ପ•ି  । ଏହି ଖବରଟି ପାକିସ୍ଥାନ ରାଜନେତାମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା  । ଏହା କେବଳ ଯେ ପାକିସ୍ଥାନବାସୀ ବା ପାକିସ୍ଥାନୀ ରାଜନେତାମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା ତାହା ନୁହେଁ ବରଂ ବିଶ୍ୱର ରାଜନୀତି ବିଶାରଦମାନେ ମଧ୍ୟ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ  । ଠିକ୍ ଏହି ଘଟଣା ପରେ ପରେ ପାକିସ୍ଥାନରେ ରହୁଥିବା ଚୀନ୍ ନାଗରିକମାନଙ୍କୁ ଚୀନ୍ ସରକାର ସତର୍କାଦେଶ ଜାରୀ କରି କହିଲେ ଯେ, ସେମାନଙ୍କ ଉପରେ ଘନ ଘନ ଆତଙ୍କବାଦୀ ଆକ୍ରମଣ ହୋଇପାରେ  । ବିଶେଷକରି ଚୀନ୍ ପାକିସ୍ଥାନ ଅର୍ଥନୈତିକ କରିଡର ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟରତ ଚୀନ୍ ଶ୍ରମିକ ଏବଂ ଇଞ୍ଜିନିୟରମାନେ ଏହାର ଶିକାର ହୋଇ ପାରନ୍ତି  । ଏହି ସତର୍କାଦେଶ ଜାରୀ କରିବାର ଅଳ୍ପ କେଇଘ•ା ପରେ ଆନ୍ତର୍ଜାତିକ ଗଣମାଧ୍ୟମରେ ଆଉ ଗୋଟିଏ ଖବର ଆସିଲା ଯେ, ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡରର ସମ୍ପୂର୍ଣ୍ଣ ସୁରକ୍ଷା ଦାୟିତ୍ୱ ଚୀନ୍ ପାକିସ୍ଥାନୀ ସେନା ହାତରେ ନ୍ୟସ୍ତ କରିବାକୁ ଚାହୁଁଛି  । ଏହାପରେ ଏକଥା ସ୍ପଷ୍ଟହୋଇଗଲା ଯେ, ସିପିଇସି ପ୍ରକଳ୍ପକୁ ବୋଧହୁଏ ସ୍ଥାନୀୟ ଲୋକ ଜୋରଦାର ବିରୋଧ କରୁଛନ୍ତି କିମ୍ବା ଆତଙ୍କବାଦୀ ସଙ୍ଗଠନ ଅର୍ଥ ଦାବି କରୁଛନ୍ତି ବା ଏଥିାଇଁ ଧମକ ଚମକ ଦେଉଛନ୍ତି  ।

ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡର ପ୍ରକଳ୍ପ ୨୦୧୩ ମସିହାରୁ ଆରମ୍ଭ ହେଲାଣି  । ପାକିସ୍ଥାନରେ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ସୁରକ୍ଷା, ଗମନାଗମନ ଏବଂ ଯୋଗାଯୋଗର ଉନ୍ନତି କରିବା ସଙ୍ଗେ ସଙ୍ଗେ ବ୍ୟାପକ ନିଯୁକ୍ତି ସୃଷ୍ଟି କରି ପାକିସ୍ଥାନର ବିକାଶକୁ ୫ ପ୍ରତିଶତରୁ ଉପରକୁ ନେବା ଏହି ପ୍ରକଳ୍ପର ଲକ୍ଷ୍ୟ  । କିନ୍ତୁ ଏହା ହାତୀର ଦୁଇଟି ବଡ଼ ବଡ଼ ଦାନ୍ତ ସଦୃଶ; ଯାହା କେବଳ ବାହାରକୁ ଦୃଶ୍ୟମାନ ହେଉଥାଏ  । ଅସଲ କଥା ହେଲା ଚୀନ୍ ସହିତ ଦୀର୍ଘମିଆଦୀ ସାମରିକ ସହଯୋଗ ବଜାୟ ରଖିବା ଏବଂ ଭାରତର କ୍ରମବର୍ଦ୍ଧିଷ୍ଣୁ କୂଟନୈତିକ ଏବଂ ସାମରିକ ଶକ୍ତିକୁ ଚାରିଟୁ ଘେରି ଉଚିତ ମୁକାବିଲା କରିବା ହେଉଛି ପାକିସ୍ଥାନର ଲକ୍ଷ୍ୟ  । କିନ୍ତୁ ଚୀନ୍ ପାକିସ୍ଥାନର ଭାରତବିରୋଧୀ ଆଭିମୁଖ୍ୟକୁ ଉପଯୁକ୍ତ ବିନିଯୋଗ କରି ସିିଇସି ନାଁରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚେଷ୍ଟିତ  । ପ୍ରଥମତଃ ଚୀନ୍ ଏବଂ ପାକିସ୍ଥାନର ଏହି ମେ• ଭାରତ ଉପରେ ପରୋକ୍ଷ କୂଟନୈତିକ ଚାପ ପ୍ରୟୋଗ କରିବ, ଦ୍ୱିତୀୟରେ ଭବିଷ୍ୟତରେ ଚୀନ୍ ନାଗରିକମାନେ ପାକିସ୍ଥାନରେ କର୍ମସଂସ୍ଥାନ ପାଇବେ  । ତୃତୀୟରେ ଚୀନ୍ ପାଇଁ ବିଶ୍ୱବଜାର ଧୀରେ ଧୀରେ ସଙ୍କୁଚିତ ହେଉଥିବାରୁ ଚୀନ୍ ନିର୍ମିତ ଦ୍ରବ୍ୟକୁ ପାକିସ୍ଥାନ ବଜାରରେ ଏକଚାଟିଆ ବ୍ୟବସାୟ କରିବା  । ଚାଇନାର ଏହି ଗୁପ୍ତ ଉଦ୍ଦେଶ୍ୟକୁ କିଛି ଉଦାହରଣ ମାଧ୍ୟମରେ ପ୍ରମାଣିତ କରାଯାଇପାରେ  । ଯଥା- ସିିଇସି ପ୍ରକଳ୍ପ ଆରମ୍ଭ ହେଉ ହେଉ ଏଥିରେ ଯେଉଁ ଶ୍ରମିକ କାର୍ଯ୍ୟରତ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଚୀନ୍ ନାଗରିକ  । ଏହା ନିର୍ଦ୍ଦେଶ କରୁଛି ଯେ ଚାଇନାରେ ସୃଷ୍ଟି ହେଉଥିବା ବେକାରୀ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସି ିଇସି ହେଉଛି ଚୀନ୍ ନାଗରିକମାନଙ୍କ ପାଇଁ ଭବିଷ୍ୟତର ଏକ ବ୍ୟାପକ ନିଯୁକ୍ତି କ୍ଷେତ୍ର  । ଯେଉଁଠି ପାକିସ୍ଥାନ ନାଗରିକମାନଙ୍କୁ ଶ୍ରମିକ ହିସାବରେ ରଖିବାକୁ ଚୀନ୍ ଆଗ୍ରହୀ ନୁହେଁ, ସେଠାରେ ସିିଇସି ପ୍ରକଳ୍ପ ସମାପ୍ତ ପରେ ଯେ ପାକିସ୍ଥାନ ୧୮ ଊରମରଜ୍ଞଭରକ୍ସ -୨୦୧୭ କ୍ଷ ଠକ୍ଟକ୍ଷ-୫୪ କ୍ଷ ଘକ୍ଟ-୧୯ ୮ ନାଗରିକମାନଙ୍କୁ ବ୍ୟାପକ ନିଯୁକ୍ତି ମିଳିବ ଏହା ଭାବିବା ବୃଥା  । ସି ିଇସି ପ୍ରକଳ୍ପର ଏପରି ଅବସ୍ଥା ଦେଖି ପାକିସ୍ଥାନ ସଂସଦରଉଚ୍ଚ ସଦନର ଜଣେ ସଦସ୍ୟ ଏହାକୁ ଆଉ ଏକ ‘ଇଷ୍ଟ ଇଣ୍ଡିଆ କମ୍ପାନୀ’ ବୋଲି ଅଭିହିତ କରିଥିଲେ  । ଏଥିରୁ ଜଣାପଡ଼ୁଛି ଯେ ଚୀନ୍ ସିିଇସି ପ୍ରକଳ୍ପ ନାମରେ ପାକିସ୍ଥାନରେ ନିଜର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ନୀଳ ନକ୍ସା ପ୍ରସ୍ତୁତ କରୁଛି; ଯେଉଁଥିରେ ଚୀନ୍ ସରକାର ଏବଂ ଏହାର ନାଗରିକଙ୍କୁ ଭବିଷ୍ୟତରେ କେବଳ ଫାଇଦା ହିଁ ଫାଇଦା  ।

 

18/12/2017