Samvadsetu News

ସଙ୍କଟରେ ବିଜୁ ଶିଷ୍ୟଙ୍କ ରାଜନୈତିକ ଭବିଷ୍ୟତ

 ଗତ ଡିସେମ୍ବର ମାସ ୨୨ ତାରିଖରେ ଦୁଇଟି ଘଟଣା ଓଡ଼ିଶା ରାଜନୀତିରେ ଚହଳ ସୃଷ୍ଟି କରିଥିଲା  । ଗୋଟିଏ ହେଉଛି ମନ୍ତ୍ରୀ ଦାମୋଦର ରାଉତଙ୍କୁ ନବୀନ ବାବୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଏବଂ ଆଉ ଗୋଟିଏ ହେଲା ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା କମିଟି ସୁ ।ରିଶ କରିବା  । ଗୋଟିଏ ସମୟରେ ବିଜୁବାବୁଙ୍କ ଅତି ଅନୁଗତ ରହିଥିବା ଏବଂ ଅଣକଂଗ୍ରେସ ରାଜନୀତିରେ ପ୍ରତିଷ୍ଠାଲାଭ କରିଥିବା ଏହି ଦୁଇ ନେତାଙ୍କ ଗୋଟିଏ ଦିନରେ ଏପରି ଦଶା ଓଡ଼ିଶା ରାଜନୀତିରେ ଉଷ୍ମତା ଭରିଦେଇଛି  । ଅବଶ୍ୟ ଏହି ଦୁଇ ନେତାଙ୍କ ପାଇଁ ରାଜନୈତିକ ଦୁର୍ଘଟଣା କିଛି ନୂଆ କଥା ନୁହେଁ  । ଅତୀତରେ ଦାମବାବୁ ଏବଂ ବିଜୟ ମହାପାତ୍ର ବହୁ ରାଜନୈତିକ ସଙ୍କଟ ଦେଇ ଗତି କରିଛନ୍ତି  । ଦୀର୍ଘ ୧୭ ବର୍ଷ ହେଲା ନବୀନ ବାବୁଙ୍କ ରୋଷର ଶିକାର ହୋଇ ଶ୍ରୀଯୁକ୍ତ ମହାପାତ୍ର ଓଡ଼ିଶା ଗଣପରିଷଦ, ଏନ.ସି.ପି ଏବଂ ବ•ର୍ମାନ ବିଜେପିରେ ଜଣେ ତୁଙ୍ଗ ନେତା ଭାବରେ ଆବିର୍ଭୂତ ହୋଇଛନ୍ତି  । ଏକ ସମୟରେ ଘନ ଘନ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀଯୁକ୍ତ ମହାପାତ୍ର ନବୀନ ବାବୁଙ୍କୁ କାଠଗଡ଼ାରେ ଛିଡା କରାଇଥିଲେ  । ସଙ୍କଟରେ ବିଜୁ ଶିଷ୍ୟଙ୍କ ରାଜନୈତିକ ଭବିଷ୍ୟତ ମୁଖ୍ୟ ପ୍ରସଙ୍ଗ ତା’ପରେ ସେ ରହସ୍ୟମୟ ଭାବରେ ନିରବି ଯାଇଥିଲେ  । ଆଉ ଯେତେବେଳେ ପାଟି ଖୋଲିଲେ କେବଳ ନିଜ ଦଳ ବିଜେପି ବିରୁଦ୍ଧରେ  ।            କେତେବେଳେ ଆଇଓସିଏଲରେ ଓଡ଼ିଆ ଯୁବକମାନଙ୍କ ନିଯୁକ୍ତି ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ ତଥା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ହେଉ ବା ଆଉ କେତେବେଳେ ମହାନଦୀ ପ୍ରସଙ୍ଗରେ  । ବିଜୟଙ୍କର ଏପରି ବୟାନବାଜି ବିଜେଡ଼ିକୁ ବହୁତ ସୁହାଇଥିଲା  । ଆଉ ବିଜେପି ଏଥିରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲା  ।  

                         ଠିକ୍ ସେଇମିତି ବିଜେଡିର ଉପସଭାପତି ଦାମବାବୁ ମଧ୍ୟ କିଛି ଦିନ ହେଲା ବିବାଦୀୟ ବୟାନ ଦେଇ ନବୀନ ବାବୁ ତଥା ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି  । କେତେବେଳେ ଅଙ୍ଗନବାଡ଼ି ଦିଦିମାନଙ୍କୁ ନେଇ ଅଶୋଭନୀୟ ବୟାନ ତ ପୁଣି କେତେବେଳେ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି ବୋଲି କହିବା, ପୁଣି କେତେବେଳେ ବ୍ରାହ୍ମଣମାନେ ଭିକାରି ବୋଲି କହିବା  । ହେଲେ ତାଙ୍କର ବ୍ରାହ୍ମଣ ବିରୋଧୀ ବୟାନ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି  । ନବୀନ ବାବୁ ତାଙ୍କୁ କେବଳ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରି ନାହାନ୍ତି ବରଂ ଦଳୀୟ ପଦପଦବୀରୁ ମଧ୍ୟ ବହିଷ୍କାର କରିଛନ୍ତି  ।

01/01/2018